Odiapua.com

ଶ୍ରୀମନ୍ଦିର ଚାରିପାଖରେ ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ

ପୁରୀ ୨୨-୪ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ଚାରିପାଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ। ଅସନ୍ତା ୨୭ ତାରିଖରେ ଏହି ଆନ୍ଦୋଳନ ଓ ପଦଯାତ୍ରା ଅନୁଷ୍ଠିତ ହେବ। ୨୭ ତାରିଖ ଦିନ ୯ ଟା ରୁ ଏକ ବିରାଟ ପଦ ଯାତ୍ରା ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ଅଭିମୁଖେ ଯିବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମିଳନୀ ସୂଚନା ଦିଆଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଜୀବନ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଚାରିପାଖରେ ଖନନ, ରତ୍ନ ଭଣ୍ଡାର ଚାବି ହଜିଯିବା, ଶ୍ରୀମନ୍ଦିର ଭିତରେ ଚୁଲି ଭାଙ୍ଗିବା ଘଟଣା ଆଦି ଘଟଣା କ୍ରମରୁ ଜଣାପଡିଛି ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜମା ବି ଚିନ୍ତିତ ନୁହନ୍ତି। ଏହାର ପ୍ରତିବାଦ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କରାଯାଉଥିବା ବେଳେ ଏଥିରେ ଜଗନ୍ନାଥ ପ୍ରେମୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଆଜିର ସାମ୍ବାଦିକ ସମିଳନୀ ରେ ବିଜେପିର ନେତାଙ୍କ ସମେତ ଆର ଏସ ଏସ ର କର୍ମକର୍ତ୍ତା, ଭିଏଚପି ର କର୍ମକର୍ତ୍ତା, ଶ୍ରୀଜଗନ୍ନାଥ ସେନା ର କର୍ମକର୍ତ୍ତା ଏବଂ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଆହ୍ୱାନ ଏହି ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ କରାଯାଉଥିବା ସାମ୍ବାଦିକ ସମିଳନୀରେ କୁହାଯାଇଛି।