Odiapua.com

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦୀର୍ଘଦିନର ବିରତି ପରେ ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର ଉଛେଦ କାର୍ଯ୍ୟ। ଆଜି ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ନେପାଳ ଭବନର ବଳକା ଅଂଶ ଉଛେଦ କରାଯ।।ଇଛି। ଦୁଇଟି ଜେସିବି ସାହାର୍ଯ୍ୟରେ ଏହି ଉଛେଦ କାର୍ଯ୍ୟ କରାଯାଉଛି। ଏନେଇ ଉଛେଦ ସ୍ଥଳକୁ ସିଲ କରାଯିବା ସହ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଫୋର୍ସ ମୃତୟନ କରାଯାଇଛି।ତେବେ ଆସନ୍ତା ୯ ତାରିଖରେ ଜନଶୁଣାଣୀ ଥିବା ବେଳେ ଯେଉଁ ଜନି ମାଲିକ ମାନେ ପ୍ରତ୍ୟେକ୍ଷ ଭାବେ ଜମି ସରକାରଙ୍କୁ ହସ୍ତାନ୍ତର କରିନାହାନ୍ତି ସେମାନଙ୍କୁ ସଚେତନ କରାଯିବା ସହ ଜମିକୁ ମହାପ୍ରଭୁଙ୍କ ଐତିହ୍ୟ ସୁରକ୍ଷା ପାଇଁ ଦାନ ଦେବାକୁ ଏହି ଶୁଣାଣି କାର୍ଯ୍ୟ କରାଯିବ। ତେବେ କୋଭିଡ୍ କଟକଣା ଥିବାରୁ ଜନ ଜୀବନ ସୁରକ୍ଷା ପାଇଁ ଉଛେଦ କାର୍ଯ୍ୟ ବନ୍ଦ ରହିଥିଲା।