Odiapua.com

ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ଜନଜାଗରଣ ମଞ୍ଚ ପକ୍ଷରୁ ସିଂହଦ୍ୱାର ସମୁଖରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ, ୦୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ଜନଜାଗରଣ ମଞ୍ଚ ପକ୍ଷରୁ ସିଂହଦ୍ୱାର ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନଲକ ୫ ରେ କେନ୍ଦ୍ର ସରକାର ଦେଵାଦେବୀ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇଥିବା ବେଳେ ଓଡିଶା ସରକାର ଖୋଲିବାକୁ ଅନୁମତି ନ ଦେବା ନିଷ୍ପତିକୁ ଆନ୍ଦୋଳନକାରି ମାନେ ତୀବ୍ର ନିନ୍ଦା କରିଛନ୍ତି। ଗତ ମାର୍ଚ୍ଚ ୨୦ ତାରିଖ ଠାରୁ କୋଭିଡ଼ କଟକଣା ପାଇଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯାଇଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ଖୋଲି କୋଭିଡ଼ ଗାଇଡ଼ଲାଇନ ଅନୁଯାଇ ଭକ୍ତଙ୍କୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ଦେବାକୁ ମଞ୍ଚ ଦାବି କରିଛି।