Odiapua.com

ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ

ପୁରୀ ୧୯-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ। ସକାଳ ସାତଟାରେ ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିବାରୁ ବଡ଼ ମହାସ୍ନାନ ହୋଇଛି। ତେଣୁ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି। ପରେ ଧୁଆଧୁଇ ହୋଇ ଚୂନ ପଡିବା ପରେ ପୁଣି ଦର୍ଶନ ସ୍ୱାଭାବିକ ହେବ।

ଆଜି ମାର୍ଗଶିର କୃଷ୍ଣ ଦଶମୀ ତିଥିରର ଶ୍ରୀମନ୍ଦିରରେ ପ୍ରବଳ ଭିଡ ରହିଛି। ଶିଜୀଉଙ୍କ ପଇତା ଲାଗନୀତି ଯୋଗୁଁ ଅପରାହ୍ନରେ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦହେବାକୁ ଥିବାରୁ ସକାଳୁ ଦର୍ଶନ ପାଇଁ ଟିକେ ଅଧିକା ଭିଡ଼ ପରିଲକ୍ଷିତ ହେଉଛି।