Odiapua.com

ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା

ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଅଟକ।ବେହେରଣ ଦ୍ୱାର ନିକଟରୁ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ଉଦ୍ୟମ କରିଥିଲେ। ଏହା ଦେଖିବା ପରେ ଡ୍ୟୁଟି ରେ ଥିବା ପୋଲିସ କର୍ମଚାରୀ ସେବାୟତ ଙ୍କ ସହାୟତା ରେ ଯୁବକ ଜଣଙ୍କୁ ନାଟମଣ୍ଡପ ଉପରୁ ଉଦ୍ଧାର କରିଥିଲେ। ସିଂହଦ୍ୱାର ଥାନାରେ ଯୁବକଙ୍କୁ ଅଟକ ରଖାଯାଇ ପଚରା ଉଚରା ଚାଲିଚି। ତେବେ ଚଢିବା ପଛର କାରଣ କଣ, ଯୁବକଙ୍କ ମସ୍ତିକ ବିକୃତ ଅଛି କି ନା ନାହିଁ ସେ ନେଇ ତଦନ୍ତ ଚାଲିଥିବା ଥିବା ଅନୁମାନ କରାଯାଉଛି। ତେବେ ଏନେଇ ଅନୁସନ୍ଧାନ କରାଯାଉଛି। ତେବେ ଯୁବକ ଜଣକ ଗଞ୍ଜାମ ଭଞ୍ଜନଗର ଗଲେରିର ହୋଇଥିବା ବେଳେ ନାମ ଜିତୁ ଗୌଡ଼। ତେବେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ତଦନ୍ତ ଚାଲୁ ରହିଥିବା ପୋଲିସ କହିଛି। ପୂର୍ବ ରୁ ଗତ କିଛି ମାସ ତଳେ ଜଣେ ବଙ୍ଗୀୟ ଯୁବକ ମନ୍ଦିର ଉପରକୁ ଚଢ଼ିବା ନେଇ ଅଟକ ରହିଥିଲେ। ସେହିଭଳି ଜଣେ କିନ୍ନର ସିଂହ ଦ୍ୱାର ଗୁମୁଟରେ ଚଢ଼ି ଆତ୍ମ ହତ୍ୟା ମଧ୍ୟ କରିଥିଲେ। ତେବେ ପରେ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ର ବିଭିନ୍ନ ସ୍ଥାନ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।