Odiapua.com

ଶ୍ରୀମନ୍ଦିରରେ ଦାବାଗ୍ନି ନୀତି ସଂପର୍ଣ୍ଣ

ପୁରୀ, ୨୨/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀକୃଷ୍ଣ ଲୀଳା ଅବସରରେ ଶୁକ୍ରବାକଦିନ ଶ୍ରୀମନ୍ଦିରରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ଥାବ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ଗୁରୁବାରଦିନ ଭାଦ୍ରବ ଶୁକ୍ଲ ପ୍ରତିପଦା ତଥିରେ ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ନୀତି ସଂପର୍ଣ୍ଣ ହୋଇଯାଇଛି। ସଂନ୍ଧ୍ୟା ଧୂପ ସରିବା ପରେ ମଦନ ମୋହନ ଆଜ୍ଞାମାଳ ପ୍ରାପ୍ତି ପରେ ଜଗମୋହନ ନାଟମଣ୍ଡପ ସ୍ଥିତ ଖଟ ଉପରେ ବିଜେ କରିଥିଲେ। ସେଠାରେ ମାଟି ମଣ୍ଡପ ସାହି ପକ୍ଷରୁ ଦାବାଗ୍ନି ଲୀଳା ଅନୁଷ୍ଠିତ ହେବା ପରେ ଠାକୁରଙ୍କୁ ଶୀତଳ ଭୋଗ ଓ ବନ୍ଦାପନା କରାଯାଇ ଦକ୍ଷିଣୀ ଘରକୁ ବିଜେ କରାଯାଇଥିଲା।