Odiapua.com

ଶ୍ରୀମନ୍ଦିରରେ କୋରୋନା କଟକଣା ଉଲ୍ଲଂଘନ କଲେ ଥାନାବାବୁ – ମାମଲା ରୁଜୁ

ପୁରୀ ୧୯-୪ (ଓଡ଼ିଆ ପୁଅ) ପୁରୀ ଶ୍ରୀମନ୍ଦିରରେ କୋରୋନା କଟକଣା ଉଲ୍ଲଂଘନ କରିଛନ୍ତି ଥାନାବାବୁ। ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବଡଚଣା ଥାନା ଅଧିକାରୀ ନିଜ ପରିବାର ସହ ଯାଇଥିଲେ ମନ୍ଦିର। ଜଣେ ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ଵାର ଥାନାରେ ମାମଲା ରୁଜୁ ସିଂହଦ୍ୱାର ଥାନାରେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଛି ମାମଲା।

ସୂଚନାଯୋଗ୍ୟଯେ, ଦକ୍ଷିଣ ଦ୍ବାର ନିକଟରେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ପରିବାର ସହ ମନ୍ଦିରକୁ ଧସେଇ ପଶିଥିଲେ ଏହି ଥାନାବାବୁ। ଏବେ କରୋନା କାରଣରୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଥିବା ସତ୍ତ୍ୱେ ଶ୍ରୀ ଜେନା ତାଙ୍କ ପରିବାର ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାଇଥିଲେ।