Odiapua.com

ଶ୍ରୀମନ୍ଦିରରେ ଋଷି ପଂଚମୀ ବିଧି ସଂପର୍ଣ୍ଣ

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ଶ୍ରୀମନ୍ଦିର ରେ ଦାହଲୀଳା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଙ୍କ ସଂନ୍ଧ୍ୟା ଧୂପ ବଢିବା ପରେ ଦାହ ଲୀଳା ନୀତି କରାଯିବ। ସେହିପରି ଆଜି ଋଷି ପଂଚମୀ ଯୋଗୁଁ ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କର ବିଶେଷ ନୀତି ରହିଛି। ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କି ରେ ବିଜେ ହୋଇ ମାର୍କଣ୍ଡେୟ ଙ୍କ ମନ୍ଦିର କୁ ଯାଇଥିଲେ। ସେଠାରେ ମହାଲକ୍ଷ୍ମୀ ଙ୍କୁ ମାଗଣା ଓ ବନକ ଲାଗି କରାଯିବା ପରେ ପାଳିଆ ସେବାୟତ ଋଷି ପଂଚମୀ କଥା ବାକ୍ଷା କରିଥିଲେ। ଏହା ପରେ ସପ୍ତଋଷି ଙ୍କୁ ଫଳ ଭୋଗ କରାଯାଇଥିଲା। ଶେଷରେ ଶୀତଳ ଭୋଗ କରାଯିବା ପରେ ମହାଲକ୍ଷ୍ମୀ ଙ୍କ ଶ୍ରୀମନ୍ଦିର କୁ ବାହୁଡା ବିଜେ କରିଥିଲେ। ସେହିପରି ଶ୍ରୀକ୍ଷେତ୍ର ର ଅଧିବାସୀ ଆଜି ଋଷି ପଂଚମୀ ବ୍ରତ ପାଳନ କରିଛନ୍ତି। ଏହି ବ୍ରତ ପାଳନ ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି।