Odiapua.com

ଶ୍ରୀମନ୍ଦିରରେ ଇନ୍ଦ୍ର ପୂର୍ଣ୍ଣିମା ଉତ୍ସବ ନୀତି ପାଳିତ

ପୁରୀ, ୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତକାଲି ଶ୍ରୀମନ୍ଦିର ରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହାତୀ ପ୍ରସ୍ତବ ନୀତି ପାଳିତ ହୋଇଯାଇଛି। ଭାଦ୍ରବ ଶୁକ୍ଲ ପୂର୍ଣ୍ଣିମା ଦିନ ଇନ୍ଦ୍ରଉତ୍ସବ ପୂର୍ଣ୍ଣିମା ଅବସରରେ ସଂନ୍ଧ୍ୟା ଆଳତୀ ପରେ ଶ୍ରୀ ଦୋଳଗୋବିନ୍ଦ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ବଟ ମୂଳେ ଥିବା ପାଲିଙ୍କିକୁ ମହାଜନେ ବିଜେ କରାଇଥିଲେ। ବିମାନବଡୁ ସେବକ ମାନେ ଶ୍ରୀଦୋଳଗୋବିନ୍ଦଙ୍କୁ ଘଂଟ, ଛତା, କାହାଳୀ ସହ ସିଂହଦ୍ୱାର ଦେଇ ବଡଛତା ମଠ ନିକଟରେ ବବିଜେ କରାଇଥିଲେ। ସେଠାରେ ଶୀତଳ ଭୋଗ ବଢିଲା ପରେ ଭିତରଛ ମହାପାତ୍ର ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦଙ୍କୁ ବନ୍ଦାପନା କରିଥିଲେ। ଏହା ପରେ ବାସେଳୀ ସାହିରୁ ଇନ୍ଦ୍ରହାତୀ ଆସିବା ପରେ ବନ୍ଦାପନା ହୋଇ ନୀତି ସମାପନ ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଡଦେଉଳକୁ ବହୁଡା ବିଜେ କରିଥିଲେ।