Odiapua.com

ଶ୍ରୀଧର ପାତ୍ର ହେଲେ ନାଲ୍‌କୋର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଶ୍ରୀଧର ପାତ୍ର ହେଲେ ନାଲ୍‌କୋର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ। ତାଙ୍କର ନିଯୁକ୍ତିକୁ ଖଣି ମନ୍ତ୍ରାଳୟର ପ୍ରସ୍ତାବ ଉପରେ ମୋହର ମାରିଛି ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ। ଶ୍ରୀ ପାତ୍ର ୨୦୨୪ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସିଏମଡି ଦାୟିତ୍ୱ ତୁଲାଇବେ। ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ତାଙ୍କର ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।

ଗତ ନଭେମ୍ବର ୩୦ରେ ନାଲ୍କୋର ପୂର୍ବତନ ସିଏମ୍ଡି ତପନ ଚାନ୍ଦଙ୍କ ଅବସର ପରେ ସେ ସିଏମଡି ଭାବେ ଅତିରିକ୍ତ ଦୟିତ୍ୱରେ ଥିଲେ।

ଶ୍ରୀଧର ପାତ୍ର ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ବିଶେଷ କରି ଏଥିସହ ପିଏସୟୁ କମ୍ପାନୀ ଯଥା ଓଡ଼ିଶା ଖଣି ନିଗମ, ଇଣ୍ଡିଆନ୍ ରେଆର ଆର୍ଥ ଲିମିଟେଡ ଓ ମାଙ୍ଗାଲୋର ରିଫାଇନାରି ଏବଂ ପେଟ୍ରୋକେମିକାଲ କମ୍ପାନୀରେ କାର୍ଯ୍ୟ କରି ବହୁମୂଲ୍ୟ ଅଭିଜ୍ଞତା ଆହରଣ କରିଛନ୍ତି।

ନାଲକୋ ପୂର୍ବରୁ ଶ୍ରୀଧର ପାତ୍ର ଟିଏଚଡିସି ଇଣ୍ଡିଆ ଲିମିଟେଡ କମ୍ପାନୀରେ ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ସେ। ଶ୍ରୀ ପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ବିଦ୍ୟା ସାଗର ବିଶ୍ଵବିଦ୍ୟାଳୟରୁ ଏମବିଏ ଏଚ୍ଆରଡି ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ପିଏସୟୁ କମ୍ପାନୀରେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି।

ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ସାରିଥିବା ଶ୍ରୀ ପାତ୍ର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆର ସଦସ୍ୟ। ସେ ବିଦ୍ୟାସାଗର ବିଶ୍ୱ ବିଦ୍ୟାଳୟରୁ ଏମ୍‌ବିଏ ମଧ୍ୟ କରିଛନ୍ତି।