Odiapua.com

ଶ୍ରୀଦେବୀ ରେଜେକ୍ଟ କରିଥିଲେ ଜୁରାସିକ ପାର୍କ

ଭୁବନେଶ୍ୱର;୨୫,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ନବେ ଦଶକରେ ବଲିଉଡରେ ହଲଚଲ ସୃଷ୍ଟି କରିଥିବା ଶ୍ରୀଦେବୀ ଜୁରାସିକ ପାର୍କକୁ ରିଜେକ୍ଟ କରିଥିଲେ।୧୯୯୩ ମସିହାରେ ହଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ଷ୍ଟିଫେନ ସ୍ପିଲବର୍ଗ ବହୁ ଚର୍ଚ୍ଚିତ ଚଳଚିତ୍ର ଜୁରାସିକ ପାର୍କ ନିର୍ମାଣ କରିଥିଲେ।ସେତେବେଳେ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇ ବଲିଉଡରେ ଶ୍ରୀଦେବୀଙ୍କର କ୍ରେଜ୍ କାହିଁ କେତେରେ ଥାଏ।ସ୍ପିଲବର୍ଗ ଶ୍ରୀଦେବୀଙ୍କର ଏହି ସଫଳତାକୁ ଦେଖି ଫିଲ୍ମଟିରେ ଶ୍ରୀଦେବୀଙ୍କୁ ଏକ ଛୋଟ ରୋଲ ଦେବାକୁ ଚାହୁଁଥିଲେ।ଏନେଇ ଶ୍ରୀଦେବୀଙ୍କୁ ଅଫର ମଧ୍ୟ କରିଥିଲେ।କିନ୍ତୁ ଫିଲ୍ମଟିର ରୋଲ ନିଜକୁ ସୁଟ୍ କରୁନି କହି ଅଫରଟିକୁ ପ୍ରତ୍ୟାଖ୍ୟାନ କରିଥିଲେ।