ଭୁବନେଶ୍ୱର;୨୫, ୦୨, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଶ୍ରୀଦେବୀଙ୍କର ମୃତ୍ୟୁ କିପରି ହେଲା, ସେ ତ’ ଖୁବ୍ ସୁସ୍ଥ ଥିଲେ।୫/୭ ଦିନ ପୂର୍ବେ ସେ ଜଗିଂ ମଧ୍ୟ କରୁଥିଲେ।କିନ୍ତୁ ହଠାତ ଏପରି କିପରି ହୋଇଗଲା ଅନେକ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି।ସ୍ୱାମୀ ବୋନି କାପୁର ଏବଂ ସାନ ଝିଅ ଖୁସି ସହ ଏକ ବାହାଘରରେ ଯୋଗ ଦେବାକୁ ସେ ଦୁବାଇ ଯାଇଥିଲେ।ସ୍ୱାମୀ ବୋନି କାପୁର ଏବଂ ଝିଅ ଖୁସି ଫେରି ଆସିଥିଲେ।କିନ୍ତୁ ଶ୍ରୀଦେବୀ ଦୁବାଇରେ ରହିଥିଲେ।ବାହାଘର ପରେ ହୋଟେଲରେ ବାଥରୁମକୁ ଯାଇଥିବା ସମୟରେ ହଠାତ ପଡ଼ି ଯାଇଥିଲେ।ଏବଂ ତାଙ୍କୁ ମୃତ ଘୋଷଣା କରାଗଲା।
ଶ୍ରୀଦେବୀଙ୍କୁ ହାର୍ଟ ଆର୍ଟାକ୍ (ହୃଦଘାତ) ହୋଇ ସେ ମୃତ୍ୟୁ ବରଣ କରି ନାହାଁନ୍ତି।ତାଙ୍କୁ କାର୍ଡିଆକ୍ ଆରେଷ୍ଟ (ପୂର୍ଣ୍ଣ ହୃଦରୋଧ) ହୋଇଥିଲା।ସାଧାରଣତଃ ଲୋକେ ଦୁଇଟି ଭିତରେ ଫରକ ବୁଝନ୍ତି ନାହିଁ। ହାର୍ଟ ଆର୍ଟାକ୍ ଏବଂ କାର୍ଡିୟାକ୍ ଆରେଷ୍ଟ ଆଦୌ ଏକା କଥା ନୁହେଁ।ହାର୍ଟ ଆର୍ଟାକ୍ ଠାରୁ କାର୍ଡିୟାକ୍ ଆରେଷ୍ଟ ବିପଦ ଜନକ। ମାୟୋ କାଡିୟଲ ଇନଫେକସନ କାରଣରୁ ହାର୍ଟ ଆର୍ଟାକ ହୋଇଥାଏ।ଏବଂ ଏହା ଦ୍ୱାରା କୋରାନରୀ ଧମନୀ ଅଚାନକ ବ୍ଲକ ହୋଇଯାଏ।ହାର୍ଟ ଆର୍ଟାକ ବା ହୃଦଘାତରେ ହଠାତ ହୃଦୟର କୌଣସି ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇ ଯାଇଥାଏ ଏବଂ ହୃଦୟର କିଛି ପେଶୀ କାମ କରିବା ବନ୍ଦ କରି ଦିଅନ୍ତି।କିନ୍ତୁ ହାର୍ଟ ଆର୍ଟାକରେ ହୃଦୟର ଅନ୍ୟାନ୍ୟ ଅଂଶକୁ ରକ୍ତ ସଞ୍ଚାଳନ କରିଥାଏ।ଏବଂ ରୋଗୀର ଚେତା ରହିଥାଏ।କିନ୍ତୁ କାର୍ଡିୟାକ୍ ଆରେଷ୍ଟ (ପୂର୍ଣ୍ଣ ହୃଦରୋଧ)ରେ ନିଶ୍ୱାସ ପ୍ରଶ୍ବାସ ବନ୍ଦ ହୋଇ ଯାଇଥାଏ। ହୃଦଘାତ କାରଣରୁ ମଧ୍ୟ କାର୍ଡିୟାକ ଆରେଷ୍ଟ ହୋଇଥାଏ।ଏହା ଦ୍ୱାରା ଶରୀର ଭିତରେ ଅମ୍ଳଜାନ ବିତରଣ ବନ୍ଦ ହୋଇଯାଇ ଥାଏ।ଏବଂ ରୋଗୀ କୋମା ଷ୍ଟେଜକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ।ଏଠି ରୋଗୀଙ୍କୁ ତୁରନ୍ତ କାର୍ଡୟୋ ପଲ୍ମନରି ରେଷ୍ଟିସେସନ (ସିଆରପି) ଦେବାକୁ ପଡ଼ିଥାଏ।ଏବଂ ରୋଗୀକୁ ଇଲେଟ୍ରିକ୍ ସକ ମଧ୍ୟ ଦିଆଯାଏ।ଡିଫାଇବ୍ରିଲେଟର ନାମକ ମେସିନରେ ଏହି ସକ୍ ଦିଆଯାଏ ଏବଂ ଏହା ରୋଗୀର ଶେଷ ଆଶ୍ରା ହୋଇଥାଏ।