Odiapua.com

ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ

ପୁରୀ ୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପଞ୍ଚୁକର ଚତୁର୍ଥ ଦିବସ। ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଏହି ଅବସରରେ ଆଜି ଶ୍ରୀ ବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ ହୋଇଥାଏ। ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମ୍ପର୍ଣ୍ଣ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ। ବିବିଧ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ବିଭୂଷିତ ହୋଇ ରତ୍ନ ସିଂହାସନରେ ବିରାଜମାନ କରି ଭକ୍ତ ଗଣଙ୍କୁ ଦର୍ଶନ ଦେବେ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀ ମସ୍ତକରେ ଲଗାଯାଏ। ଏହି ଡାଳ ମଝି ମଝିରେ ଠିଆ ପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ। ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ। ତେବେ ସକାଳଧୁପ ନୀତି ସମ୍ପର୍ଣ୍ଣ ପର୍ଯ୍ୟନ୍ତ ଏହି ବେଶ ରହିଥାଏ। ଏହି ବେଶ ଦର୍ଶନ ପାଈଁ ଶ୍ରୀମନ୍ଦିର ରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହିଥାଏ।