Odiapua.com

ଶ୍ରୀଜିଉ ମାନଙ୍କର ବନକଲାଗି ନୀତି : ୪ ଘଂଟା ସାଧାରଣ ଦର୍ଶନ ବନ୍ଦ

ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ୱତୀୟ ଭୋଗମଣ୍ଡପ ସରିବା ପରେ ଦତ ମହାପାତ୍ର ସେବାୟତ ରତ୍ନ ସିଂହାସନ ଉପରେ ପାରମ୍ପକରିକ ରଙ୍ଗରେ ଶ୍ରୀଜିଉ ମାନଙ୍କର ଶୃଙ୍ଗାର କରିଥିଲେ।

ଏହି ନୀତି ଏକ ଭୁକ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ବନକଲାଗି ନିତି ସଂପର୍ଣ୍ଣ ହେବାପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନିତି କରାଯିବା ସହ ସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା।