Odiapua.com

ଶ୍ରୀଜଗନ୍ନାଥ ମହାପ୍ରଭୁ ବଳି ବାମନ ବେଶରେ ସଜ୍ଜିତ

ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଗତକାଲି ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ସଂପର୍ଣ୍ଣ ହେବା ପରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଛି। ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହୋଇଥିଲେ। ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହୋଇଥିଲେ। ଏହାପରେ ଗରୁଡ ପାର୍ଶ୍ୱପରିବର୍ତ୍ତନର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ଆଜି ଶ୍ରୀମନ୍ଦିର ରେ ଦ୍ୱିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯାଇଥିଲା। ବଡସିଂଘାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିଥିଲା। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୁଷିତ କରାଯାଇଥିଲା। ମହାପ୍ରଭୁ ବିଷ୍ଣୁ ପଂଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜ୍ ଙ୍କୁ ପାତାଳରେ ଚାପି ଦେଇଥିଲେ। ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ କୋଭିଡ୍୧୯ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ଦିର ରେ ପ୍ରବେଶକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ହୋଇଥିଲେ।