Odiapua.com

ଶ୍ରୀଜଗନ୍ନାଥ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର, ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ବହୁ ପୁରାଣ, ସାହିତ୍ୟ, ସଂଗୀତ, ଭଜନ, ଦେବଦାସୀ ନୃତ୍ୟ, ମାହାରୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର, ନାଟକ ଆଦି ସାଂସ୍କୃତିକ ଓ ସାରସ୍ୱତ ବିଭବ ସୃଷ୍ଟ ହୋଇଛି । ଶ୍ରୀଜଗନ୍ନାଥ ଓଡ଼ିଆ ସାହିତ୍ୟ, ସଂସ୍କୃତି, ସଂଗୀତ, ନାଟକ ଆଦିର ଆଦ୍ୟ ଓ ପ୍ରାଣ କେନ୍ଦ୍ର ବୋଲି ଭଦ୍ରକ ସହର ମଠସାହୀ ସ୍ଥିତ ଗୋପାଳ ଜୀଉ ମଠ ପଡ଼ିଆରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ଦ୍ୱାରା ପ୍ରୋୟଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଚୁର୍ଥ ସଂଧ୍ୟାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ବିପ୍ଳବୀ ଚକ୍ରଧର ବେହେରା ସ୍ମୃତିରେ ଅନୁଷ୍ଠିତ ଚତୁର୍ଥ ସାରସ୍ୱତ ସଂଧ୍ୟାରେ ସାହିତ୍ୟିକ ଓ ସଂଗଠକ ବାବୁଲାଲ ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ମହୋତ୍ସବରେ ସଭାପତି ଇଂ ଅଭୟ ସୁତାର ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ରଂଜନ ରାୟ ଯୋଗ ଦେଇଥିବାବେଳେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ପଣ୍ଡିତ ଭାଗିରଥୀ ନନ୍ଦଶର୍ମା, ଶିକ୍ଷାବିତ୍ କାର୍ତ୍ତୀକ ଚନ୍ଦ୍ର ସ୍ୱାଇଁ ବ୍ରହ୍ମକୁମାରୀ ସୁଶ୍ରୀ ପ୍ରଭାତୀ ଭଉଣୀ, ଶିକ୍ଷା ସଂଗଠକ ପ୍ରଭାକର ପରିଡ଼ା, ଶଶିକଳା ମିଶ୍ର ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସଂପାଦକ ରବିନରାୟଣ ଖିଲାର ସ୍ୱାଗତ ଭାଷଣ, ଆବାହକ ନିହାର ରଂଜନ କର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କବି ନରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତିଙ୍କ ପରିଚାଳନାରେ ମନରଂଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଶିଶୁ କିଶୋର ଶିଳ୍ପୀ ନୃତ୍ୟ ସଂଙ୍ଗୀତ ପରିବେଶଣ କରିଥିଲେ । ସହ ସମ୍ପାଦିକା କଳ୍ପନା ଜେନା, ଶାନ୍ତନୁ କୁମାର ନାୟକ, ତ୍ରିଲୋକ ବିହାରୀ ରାୟ, ଶଶିକାନ୍ତ ପରିଡ଼ା ଓ ମହେଶ୍ୱର ପଲାଇ ଉକ୍ତ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।