Odiapua.com

ଶ୍ରୀକ୍ଷେତ୍ର ସୌରଭରେ ସମ୍ମାନିତ ହେଲେ ସାମ୍ବାଦିକ ଶଙ୍କର ବେହେରା

ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟିକ ତଥା ସାମାଜିକ ଅନୁଷ୍ଠାନ ପ୍ରୟାସ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ କାର୍ଯ୍ୟକ୍ରମ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରୟାସ ଅନୁଷ୍ଠାନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସମାଜସେବୀ ରାଜେଶ କୁମାର ମିଶ୍ର, ଅନୁଷ୍ଠାନର ଉପଦେଷ୍ଟା ଅନାମ ଚରଣ ସାହୁ ଏବଂ ସାମ୍ବାଦିକ ସଞ୍ଜୀବ ରଥ ସର୍ମା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କଟକ ଏସସିବି ବେଡ଼କାଲ କଲେଜର ପ୍ରକ୍ତନ ଅଧ୍ୟକ୍ଷ ପ୍ରଫେସର ଡ଼ଃ. ସିଦ୍ଧାର୍ଥ ଦାସ, ଗଞ୍ଜାମ ଜିଲ୍ଲାର ସମାଜସେବୀ ଟି. ସତ୍ୟ ନାରାୟଣ ପାତ୍ର, ଅସ୍ଥି-ଶଲ୍ୟ ବିଶେଷଜ୍ଞ ଡ଼ଃ ସିଦ୍ଧାର୍ଥ ସାହୁ, ଆର୍ନ୍ତଜାତୀକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏବଂ ବିଶିଷ୍ଟ ତାବଲା ବାଦକ, ସାମ୍ବାଦିକ ତଥା କୁସ୍ତିବିତ ଶଙ୍କର ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଶ୍ରୀକ୍ଷେତ୍ର ସୌରଭ ସମ୍ମାନରେ ଅତିଥିଗଣ ସମ୍ମାନିତ କରିଥିଲେ। ସେହିପରି ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।