Odiapua.com

ଶ୍ରୀକ୍ଷେତ୍ର ପୁରୀରେ ଆନନ୍ଦ ଉଲ୍ଲାସରେ ରଙ୍ଗର ପର୍ବ ହୋଲି ପାଳିତ

ପୁରୀ ୧୯-୩ (ଓଡ଼ିଆ ପୁଅ) ଶ୍ରୀକ୍ଷେତ୍ର ପୁରୀରେ ଆନନ୍ଦ ଉଲ୍ଲାସରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଛି। ପୁରୀ ସହରବାସୀ ନିଜ ବନ୍ଧୁ, ପରିବାର ଲୋକଙ୍କ ସହ ରଙ୍ଗ ବୋଳି, ମିଠା ଖୁଆଇ ଏହି ଆନନ୍ଦ, ଭାଇଚାରାର ପର୍ବକୁ ପାଳନ କରିଛନ୍ତି। ବିଶେଷ କରି ଯୁବ ପିଢ଼ି DJ ସଙ୍ଗୀତର ତାଳେ ତାଳେ ଝୁମି ହୋଲି ପର୍ବ ପାଳନ କରିଛନ୍ତି। ଗତ ଦୁଇ ବର୍ଷ ହେବ ବିଭିନ୍ନ ପର୍ବ ପର୍ବାଣୀ ପାଳନରେ କୋଭିଡ କଟକଣା କାରଣରୁ ଏପରିକି ଗତ ବର୍ଷ ମଧ୍ୟ କୋଭିଡ ମହାମାରୀ କାରଣରୁ କଡ଼ା କଟକଣା ହେତୁ ଲୋକ ମାନେ ହୋଲି ଖେଳରୁ ବଂଚିତ ହୋଇ ଥିଲେ। ତେବେ କଟକଣା କୋହଳ ପରେ ଚଳିତ ବର୍ଷ ହୋଲିକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଛନ୍ତି।