Odiapua.com

ଶ୍ରୀକୋଣା ପଞ୍ଚାୟତରେ ବିଜେଡି କର୍ମୀଙ୍କ ଜୁଲମ୍‌ – ଆଇଜିଙ୍କଠାରେ ବିଜେପିର ଅଭିଯୋଗ

ବାଲେଶ୍ୱର, ୨୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ) : ପୋଷ୍ଟାଲ ବ୍ୟାଲଟ ପେପର ମତ ସଂଗ୍ରହରେ ଶାସକଦଳ ପକ୍ଷରୁ ହେଉଥିବା ସରକାରୀ କଳର ଅପବ୍ୟବହାର ନେଇ ଗତକାଲି ବିଜେପି ଜିଲ୍ଲାପାଳଙ୍କଠାରେ ଅଭିଯୋଗ ଉଠାଇଥିବା ବେଳେ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନା ପରିଚାଳନା ଦାବିରେ ଏକ ପ୍ରତିନିଧି ଦଳ ଆଜି ପୁଲିସ ଆଇଜିଙ୍କ ସହ ଆଲୋଚନା କରିଛି। ଚଳିତ ଉପ-ନିର୍ବାଚନରେ ଶାସକଦଳ ବିଜେଡିର ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦଙ୍କ ତତ୍ତ୍ୱାବଧାନରେ ଭୋଟରଙ୍କୁ ଧମକ ଚମକ ଦେଇ ପ୍ରଭାବିତ କରିବା ସହ ଆବଶ୍ୟକ ସ୍ଥଳେ ଦଳୀୟ କର୍ମୀମାନେ ହିଂସାର ଆଶ୍ରୟ ନେବାକୁ ପଛାଉ ନାହାନ୍ତି ବୋଲି ବିଜେପି ପ୍ରତିନିଧି ଦଳ ଆରୋପ ଉଠାଇଛି। ବିଶେଷ କରି ସରକାରୀ ଅବହେଳା ଯୋଗୁଁ ସାଧାରଣ ଲୋକେ ଭୋଗୁଥିବା ନାନା ସମସ୍ୟା ସମ୍ପର୍କରେ ପ୍ରଶ୍ନ ଉଠାଥିବା ବ୍ୟକ୍ତିଙ୍କୁ ବିଜେଡି କର୍ମୀମାନେ ଦମକ ଚମକ ଦେଉଥିବା ରାଜ୍ୟ ବିଧାନସଭାର ବରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ଉପ-ନିର୍ବାଚନରେ ଶ୍ରୀକୋଣା ପଞ୍ଚାୟତକୁ ପ୍ରଚାର ପାଇଁ ଯାଇଥିବା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସେଠାକାର ଲୋକେ ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ। ବିକାଶର ନାରା ଦେଉଥିବା ସରକାରଙ୍କ ପକ୍ଷରୁ ଶ୍ରୀକୋଣା ପ୍ରତି କାହିଁକି ବୈମାତୃକ ଭାବ ବୋଲି ସ୍ଥାନୀୟ ଲେକେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ମନ୍ତ୍ରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ମନ୍ତ୍ରୀ ଚାଲିବାର କିଛି ସମୟ ପରେ ବିଜେଡିର କର୍ମୀମାନେ ୩୦ରୁ ଊର୍ଦ୍ଧ୍ୱ ଗୁଣ୍ଡାଙ୍କୁ ନେଇ ସେଠାରେ ପହଞ୍ଚି ଲୋକଙ୍କୁ ଧମକ ଚମକ ଦେଇ ଭୟଭୀତ କମରିବା ସହ ମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କୁ ଉଠାଇ ନେଇଯାଇଥିଲେ ବୋଲି ବିଜେପି ପ୍ରତିନିଧିଦଳ ପୁଲିସ ଆଇଜିଙ୍କୁ ଜଣାଇଛନ୍ତି। ପର୍ଯ୍ୟଟନ ମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡି କର୍ମୀମାନେ ଏହି ହିଂସାତ୍ମକ କାଣ୍ଡ କରିଥିବା ସେମାନେ କହିଛନ୍ତି।ଏ ବାବଦରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଉଚିତ ପଦକ୍ଷେପ ନେବାକୁ ବିଜେପି ନେତାମାନେ ଦାବି କରିଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଆଇଜି ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ବିରୋଧୀଦଳ ନେତା ଶ୍ରୀ ନାୟକଙ୍କ ସମେତ ଉପ-ନେତା ବିଷ୍ଣୁ ସେଠୀ, ବିଧାୟକ ପ୍ରକାଶ ସୋରେନ୍‌, ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତରାୟ, ଆଇନଜୀବୀ ବିଜୟ ପାଣିଗ୍ରାହୀ, କେଶବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।