Odiapua.com

ଶ୍ରୀଅଖଣ୍ଡଙ୍କୁ ଲାଡଲି ମିଡିଆ ଆୱାର୍ଡ

ଭୁବନେଶ୍ୱର ୨୪-୧୧ (ଓଡ଼ିଆ ପୁଅ) ମହିଳା ସଶକ୍ତିକରଣ ଉପରେ ରିପୋର୍ଟିଂ ପାଇଁ ସାମ୍ବାଦିକ ଶ୍ରୀ ଅଖଣ୍ଡଙ୍କୁ ୨୦୨୦ ମସିହା ପାଇଁ ଲାଡଲି ମିଡିଆ ଆୱାର୍ଡ ମିଳିଛି। ମୁମ୍ବାଇସ୍ଥିତ ସାମାଜିକ ଅନୁଷ୍ଠାନ ପପୁଲେସନ୍ ଫାଷ୍ଟ ଓ ୟୁନାଇଟେଡ୍ ନେସନସ୍ ପପୁଲେସନ୍ ଫଣ୍ଡ(ୟୁଏନ୍‌ଏଫପିଏ) ପକ୍ଷରୁ ଏହି ପୁରସ୍କାର ପ୍ରତିବର୍ଷ ସାମ୍ବାଦିକମାନଙ୍କୁ ପ୍ରଦାନ କରାଯାଇଥାଏ। ଓଡିଶାରେ ମହିଳାମାନେ କିଭଳି ଅଜଣା ଶବ ଦାହ କରିବାକୁ ଆଗେଇ ଆସିଛନ୍ତି, ତାହାକୁ ନେଇ ଅଖଣ୍ଡ ଏକ ଲେଖା ପ୍ରକାଶ କରିଥିଲେ। ଏହି ଲେଖାକୁ ଜୁରୀ କମିଟି ଅତ୍ୟନ୍ତ ପ୍ରଶଂସା କରିବା ସହିତ ପୁରସ୍କାର ପାଇଁ ମନୋନୀତ କରିଥିଲେ। ୨୦୧୭ରେ ମଧ୍ୟ ଶ୍ରୀଅଖଣ୍ଡଙ୍କୁ ଏହି ପୁରସ୍କାର ମିଳିଥିଲା ଏବଂ କୋଭିଡ୍ ସମୟରେ ମହିଳାମାନଙ୍କ ସମସ୍ୟା ଉପରେ ରିପୋର୍ଟିଂ ପାଇଁ ମଧ୍ୟ ତାଙ୍କୁ ଲାଡଲି ମିଡିଆ ଫେଲୋସିପ୍ – ୨୦୨୦ ମିଳିଥିଲା। ୨୦୨୦ରୋ ଲାଡଲି ମିଡିଆ ଆୱାର୍ଡ ପାଇଁ ସାରା ଦେଶରୁ ୧୦ଟି ଭାଷାରୁ ବିଭିନ୍ନ ବର୍ଗ ପାଇଁ ପ୍ରାୟ ୧୧୦୦ ଆବେଦନ ମଧ୍ୟରୁ ୭୫ ଜଣଙ୍କୁ ଏହି ପୁରସ୍କାର ମିଳିଛି। ଓଡିଶାରୁ ଶ୍ରୀଅଖଣ୍ଡଙ୍କ ମମେତ ସୁପ୍ରିୟା ଦାଶ, ରୁଦ୍ର ପ୍ରସନ୍ନ ରଥ, ରୁଦ୍ର ରଂଜନ ଶେଯପଡା, ବିଜୟ ଦ୍ୱିବେଦୀ, ସତରୂପା ସାମନ୍ତରାୟଙ୍କୁ ଏହି ପୁରସ୍କାର ମିଳିଛି। କୋଭିଡ୍ କାରଣରୁ ଏଥର ଅନଲାଇନ୍ ମାଧ୍ୟମରେ ଗତ ୨୦ ତାରିଖରେ ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା।