Odiapua.com

ଶ୍ରାମ୍ବୁଲି ଡିମ୍ବୁଲି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, ୭/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ କନ୍ଧମାଳ ଜିଲ୍ଲା ତରଫରୁ ୧୪୦ ଗୋଟି କୁଇ କ୍ଲାମ୍ବୁ ମୁଖିଆ ମାନଙ୍କୁ ନେଇ ଶ୍ରାମ୍ବୁଲି ଡିମ୍ବୁଲି ମହୋତ୍ସବ ନିମନ୍ତେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ବଣ୍ଡଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଞ୍ଚଳାସାହି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମହୋତ୍ସବକୁ କିପରି ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲ। ଅଞ୍ଚଳର ବିପ୍ର ପ୍ରଧାନ ଙ୍କ ସମେତ ବହୁ ମୁଖିଆ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।