Odiapua.com

ଶ୍ରାବଣ ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୩୦ ହଜାର କାଉଡିଆ, ପୀଠରେ କଡା ସୁରକ୍ଷା ବ୍ୟବସ୍ଥା, ନଦୀଘାଟରେ ଜଗିଲେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ମାସର ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ୩୦ ହଜାର କାଉଡିଆଙ୍କ ଭିଡ ଲାଗିଥିଲା । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ, ଧାନଖଣିଆ ୩ଟି ନଦୀକୂଳକୁ ଜଗି ରହିଥିଲେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ । ଭରାନଦୀରେ କାଉଡିଆଙ୍କ ଜଳ ପରିବହନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରିନକରିବାକୁ ୨ ଜଣ ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ରବିବାର ଠାରୁ ମଣିବାବାଙ୍କ ଉପରେ ଜଳଲାଗି କରିଥିଲେ କାଉଡିଆ ।