Odiapua.com

ଶ୍ରାବଣର ପ୍ରଥମ ସୋମବାରେ କରୋନା ପ୍ରଭାବରେ ମନ୍ଦିର ବୋଲବମ୍ ଶୂନ୍ୟ

ନୟାଗଡ଼, ୬ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ପ୍ରଭାବରେ ଶ୍ରାବଣର ପ୍ରଥମ ସୋମବାରରେ ମନ୍ଦିର ଶୂନଶାନ ହୋଇଯାଇଥିବାବେଳେ ବୋଲବମ୍ ଭକ୍ତଙ୍କୁ କରୋନା କଟକଣା ହୋଇଥିବାରୁ ଜିଲାର ବିଭିନ୍ନ ଶିବ ମନ୍ଦିରରେ ଖାଁ ଖାଁ ହୋଇପଡ଼ିଛି। ଶ୍ରାବଣର ପ୍ରଥମ ସୋମବାର ପାଳିରେ ବୋଲବମ୍ ଭକ୍ତମାନେ ଜିଲାରୁ ଏବଂ ଜିଲା ବାହାରୁ ଆସି ବିଭିନ୍ନ ଶିବ ମନ୍ଦିରରେ ଗହଳି ଚହଳି ଲଗାଇଥାନ୍ତି। ରବିବାର ଠାରୁ ୍ରଆସି ମନ୍ଦିରମାନଙ୍କରେ ଆସ୍ଥାନ ଜମାଇଥିଲାବେଳେ ସୋମବାର ଦୀର୍ଘ ରାତିରୁ ଶିବଙ୍କ ଲିଙ୍ଗରେ ଜଳଲାଗି କରିଥାନ୍ତି। ହେଲେ କରୋନା ଆତଙ୍କରେ ସାରା ବିଶ୍ୱ ସ୍ତବ୍ଧ ହୋଇପଡ଼ିଥିବାବେଳେ ଜିଲାରେ ମଧ୍ୟ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣା କରିଥିବାରୁ ବୋଲବମ୍ ଭକ୍ତମାନେ ଶିବଙ୍କ ଲିଙ୍ଗରେ ଜଳଲାଗି କରିବାରେ ଶ୍ରାବଣ ମାସ ଭଳି ଏକ ପବିତ୍ର ମାସରେ ନିଜକୁ ବଂଚିତ କରିଛନ୍ତି। ପ୍ରସିଦ୍ଧ ଶୈବ ପୀଠ ଶରଣକୁଳର ଲଡୁବାବା ମନ୍ଦିରରେ ଆଜି ବୋଲବମ୍ ଶୂନ୍ୟ ହୋଇପଡ଼ିଛି। ଖାଲି ଲଡୁବାବା ନୁହେଁ ଜିଲାରେ ଥିବା ଅନ୍ୟ ସବୁ ଶିବ ମନ୍ଦିରରେ ମଧ୍ୟ ବୋଲବମ୍ ଶୂନ୍ୟରେ ଖାଁ ଖାଁ ଦେଖାଯାଉଛି। ବର୍ଷ ବର୍ଷ ଧରି ମାନସିକଧାରୀ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ସରକାରଙ୍କ କଟକଣା ଜାରିହେବା ପରେ ନିଜକୁ ନିରାଶ ମନେ କରିଛନ୍ତି। ମନ୍ଦିରରେ ବୋଲବମ୍ ଶୂନ୍ୟ ସକାଶେ କାଉଡିଆମାନେ ଠାକରଙ୍କ ଇଛା ଯାହା କରିବେ ବୋଲି କହିଥିବାବେଳେ ମନ୍ଦିରର ସେବାୟତମାନେ ଭକ୍ତମାନଙ୍କ ଠାରୁ ଯେଉଁ ଦି’ପଇସା ପାଉଥିଲେ ତାହା ବନ୍ଦ ହୋଇଯାଇଥିବାରୁ କରୋନା ସେମାନଙ୍କ ଜୀବିକା ଛଡ଼େଇ ନେଇଛି ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।