Odiapua.com

ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଦାବୀପତ୍ର ପ୍ରଦାନ

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଭଦ୍ରକ ଜିଲ୍ଲାର ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଳାପାଳଙ୍କ ପୁରୁଣା କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଶ୍ରମିକମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ସମୟରେ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ଅନ୍‌ଲାଇନ ବ୍ୟବସ୍ଥାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବା, ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘବର୍ଷ ଧରି ପଡ଼ି ରହିଥିବା ବିଭିନ୍ନ ସହାୟତା ଓ ପଞ୍ଜିକରଣ ଦରଖାସ୍ତ ଗୁଡ଼ିକୁ ତୁରନ୍ତ ସମାଧାନ କରିବା, ୨୦୨୦ ଏବଂ ୨୦୨୧ କରୋନା ମହାବାରୀ ସହାୟତା ପାଇ ନଥିବା ଶ୍ରମିକମାନଙ୍କୁ ଯଥାଶୀଘ୍ର ସହାୟତା ଯୋଗାଇଦେବା, ବ୍ଲକର ବିବାହ ପଞ୍ଜିକରଣ ଅଧିକାରୀମାନେ ବିବାହସ୍ଥଳୀକୁ ପରିଦର୍ଶନ କରି ସାର୍ଟିଫିକେଟ ପ୍ରଦାନ କରିବା, ଭଦ୍ରକ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ପୂର୍ବତନ ଶ୍ରମ ଅଧିକାରୀ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ହୋଇଥିବା ମହାଦୁର୍ନୀତିର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିବା, ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ମେସିନ ବ୍ୟବହାରକୁ ବନ୍ଦ କରାଯାଇ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ବାସ ଅନ୍ୟାନ୍ୟ ଦାବି କରାଯାଇଛି। ଏହି ଦାବି ପ୍ରଦାନେର ସମିତିର ସଭାପତି ନାରାୟଣ ନାୟକ, ଅମିୟ ନାୟକ, କ୍ଷୀରସିନ୍ଧୁ ନାୟକ, ନରେନ୍ଦ୍ର କୁମାର ଜେନା, ବିଶ୍ୱନାଥ ବେହେରା, ଅକ୍ଷୟ ପଣ୍ଡା, ଅମୂଲ୍ୟ କୁମାର ଭୋଇ, ଅକ୍ଷୟ କୁମାର ଓଝା, ମନୋଜ କୁମାର ନାୟକ, ଆରତୀ ଯେନା, କିରଣମୟୀ ସାହୁ, ରାଧାଶ୍ୟାମ ମଳିକ, ନାରାୟଣ ପଣ୍ଡା, ସତ୍ୟବ୍ରତ ନାୟକ, ସୁଶାନ୍ତ କୁମାର ଦାଶଙ୍କ ସମେତ ଖଗେଶ୍ୱର ଦାଶ, ରଥ ଯେନା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ନାରାୟଣ ସୂତାର, ମୃତ୍ୟୁଞ୍ଜୟ ମହାରଣା, ନିରୁପମା ପାଣ୍ଡେ, ହେମନ୍ତ କୁମାର ବାରିକ, ରଣଜିତ୍ ନାଥ, ମଞ୍ଜୁଲତା ସାହୁ ପ୍ରମୁ୍‌ଖ ଯୋଗ ଦେଇଥିଲେ।