Odiapua.com

ଶ୍ରମିକ କୃଷକ ବିରୋଧୀ ନୀତି ଓ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ସିପିଆଇଏମ୍ ଦଳର ବିକ୍ଷୋଭ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶ କରୋନା ମହାମାରୀ ଦାଉରେ ଛଟପଟ ହେଉଥିବାବେଳେ ବିକାଶ ନାମରେ ପ୍ରହଳିକା ସୃଷ୍ଟି କରୁଛି ମୋଦି ସରକାର । ଲୋକସଭା ଓ ରାଜ୍ୟସଭାରେ ବିଲ ପାସ୍ କରି ପେଟ୍ରୋଲ ଓ ଡିଜେଲ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଆଜି ରାଧା ଦାସଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଦିବ୍ୟସିଂହ ନାୟକ, ନିରଂଜନ ପାଢୀ, ପ୍ରଭାସ ମହାପାତ୍ର, ପ୍ରଫୁଲ୍ଲ ପାଢୀ, ବିନୋଦ ସାହୁ, ମଦନ ଘଡେଇ, ସେକ୍ କାଲୁ, ସେକ୍ କମର ପ୍ରମୁଖ ଏହି ବିକ୍ଷୋଭରେ ଯୋଗଦେଇ ଗରିବଙ୍କୁ ମାସକୁ ୭୫୦୦ ଟଙ୍କା ପ୍ରଦାନ, ମୁଣ୍ଡ ପିଛା ୧୦ କିଲୋ ଚାଉଳ, ପେଟ୍ରୋଲ ଓ ଡିଜେଲ ଦରକୁ ହ୍ରାସ କରିବା ଦାବି ସହ ରାଜ୍ୟ ସରକାରଙ୍କ ଶ୍ରମିକ କୃଷକ ବିରୋଧୀ ନୀତିକୁ ଦୃଢ ପ୍ରତିବାଦ କରିଥିଲେ ।