Odiapua.com

ଶ୍ରମିକ, କୃଷକ ଏବଂ ଉଠାଦୋକାନୀ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) କ୍ରମାଗତଭାବେ ଦ୍ୱିତୀୟ ଦିନ ଅର୍ଥାତ୍ ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ ବ୍ୟବହାର ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗୁରୁବାରଦିନ ଘୋଷଣାନାମାରେ, ବିଶେଷ କରି କୃଷକ, ପ୍ରବାସୀ ଶ୍ରମିକ, ଉଠା ଦୋକାନୀ, ହକର୍ସ ଏବଂ ଛୋଟ ଦୋକାନୀ ମାନଙ୍କ ପାଇଁ ସହାୟତା ସମ୍ବନ୍ଧରେ ସୂଚନା ଦିଆଯାଇଛି।

ତେବେ ଜାଣନ୍ତୁ ସହାୟତା ଗୁଡ଼ିକ ବିଷୟରେ ସଂକ୍ଷୀପ୍ତରେ .
– ନାବାର୍ଡ ମାଧ୍ୟମରେ ଚାଷୀଙ୍କୁ ୩୦,୦୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଏହାଦ୍ୱାରା ୩ କୋଟି କ୍ଷୁଦ୍ର ଓ ମଧ୍ୟମ କୃଷକ ଉପକୃତ ହେବେ।

– କ୍ୟାମ୍ପା ଫଣ୍ଡ ବ୍ୟବହାର କରି ୬୦୦୦ କୋଟି ଟଙ୍କାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସିଧାସଳଖ ଆଦିବାସୀ ଏବଂ ଆଦିବାସୀ ଗୋଷ୍ଠୀର ହାତରେ ପହଞ୍ଚିବ।

– ୨୦୧୭ ରେ ବାର୍ଷିକ ୬-୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକ ତଥା ମିଡିଲ୍ ଇନକମ୍ ଗ୍ରୁପ୍ କ୍ରେଡିଟ୍ ଲିଙ୍କ୍ ସବସିଡି ଯୋଜନା ଆରମ୍ଭ କରାଯାଇଥିଲା। ଏହାକୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରଖାଯାଇଥିଲା। ଏହା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଫଳରେ ୨.୫ ଳକ୍ଷ ଲୋକ ଲାଭ ପାଇବେ।

– ରାସ୍ତାକଡ଼ ଦୋକାନୀ ଏବଂ ଉଠା ଦୋକାନୀ, ଠେଲାବାଲା, ଛୋଟ ଦୋକାନୀମାନଙ୍କ ପାଇଁ ୫୦୦୦ ହଜାର କୋଟି ଟଙ୍କାର ସୁବିଧା। ଯେଉଁମାନେ ଡିଜିଟାଲ୍ ପେମେଣ୍ଟ୍ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ। ଏହାଦ୍ୱାରା ୫୦ ଲକ୍ଷ ଲୋକ ଉପକୃତ ହେବେ।

– ମୁଦ୍ରା ଶିଶୁ ଋଣ ନେଇଥିବା ବ୍ୟକ୍ତିମାନେ ୧୫୦୦ କୋଟି ଟଙ୍କା ଲାଭ ପାଇଛନ୍ତି।

– ପ୍ରବାସୀ ଶ୍ରମିକ ଏବଂ ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ଭଡା ଗୃହ ଯୋଜନା ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ବାସଗୃହ ଯୋଜନା ଅଧୀନରେ ଅଣାଯିବ। ଏହି ଯୋଜନା ମାଧ୍ୟମରେ ଗରିବମାନଙ୍କୁ କମ୍ ଭଡ଼ାରେ ରହିବାକୁ ଘର ପାଇବେ।

– କୌଣସି ରାଜ୍ୟର ରେସନ କାର୍ଡ ଦେଖାଇ ରାସନ ଯେକୌଣସି ସ୍ଥାନକୁ ନିଆଯାଇପାରିବ। ସରକାର ଖୁବ୍ ଶୀଘ୍ର ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନା ଆଣିବାକୁ ଯାଉଛନ୍ତି।

– ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇମାସ ପାଇଁ ମାଗଣା ଖାଦ୍ୟଶସ୍ୟ। କାର୍ଡଧାରୀଙ୍କୁ ଗହମ ଚାଉଳ ଆଗରୁ ଯୋଗାଇ ଦିଆଯାଉଛି। ଏହା ପୂର୍ବ ଘୋଷଣା ପରି ଚାଲିବ। କିନ୍ତୁ ଯେଉଁମାନଙ୍କର ରେସନ କାର୍ଡ ନାହିଁ ସେମାନଙ୍କୁ ୫ କିଲୋଗ୍ରାମ ଚାଉଳ ଏବଂ ଏକ କିଲୋଗ୍ରାମ ଚଣା ଦିଆଯିବ। ପ୍ରତ୍ୟାକ ରାଜ୍ୟ ସରକାର ଏହି ସହାୟତା ଶ୍ରମିକମାନଙ୍କୁ ପ୍ରଦାନ କରିବ।

– ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦିଆଯିବ।

– ରାତିରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ ଚାଲିଛି ଏବଂ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। ଏଥିପାଇଁ ସଂସଦରେ ଚିନ୍ତା କରାଯାଉଛି ଏବଂ କାର୍ଯ୍ୟ ଚାଲିଛି।

– ଯେଉଁ ଅନୁଷ୍ଠାନରେ ୧୦ ରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି, ସେମାନେ ESIC ମାଧ୍ୟମରେ ଉପକୃତ ହେବେ। ଯେଉଁଠାରେ ଶ୍ରମିକମାନେ ବିପଜ୍ଜନକ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ସେଠାରେ ESIC ବାଧ୍ୟତା ମୂଳକ ହେବ। ସାମାଜିକ ସୁରକ୍ଷା ଯୋଜନା ମଧ୍ୟ ସବୁ ସ୍ଥାନରେ କାର୍ଯ୍ୟକାରୀ ହେବ।

– ଶ୍ରମିକମାନଙ୍କୁ କୌଣସି ଏଜେନ୍ସି ମାଧ୍ୟମରେ କାମ ପାଇଁ ଡକାଯିବ ନାହିଁ ଏବେ ସିଧାସଳଖ ଡକାଯିବ। ସେଥିପାଇଁ ସଂସଦରେ କାର୍ଯ୍ୟ ଚାଲିଛି। ଏହା ଶ୍ରମିକମାନଙ୍କ ପାଇଁ ଲାଭଦାୟକ ହେବ।
– ଗତ ବର୍ଷ ମେ ମାସ ତୁଳନାରେ ଚଳିତ ବର୍ଷ ଅଧିକ ଲୋକ ପଞ୍ଜିକରଣ କରୁଛନ୍ତି। ପ୍ରବାସୀ ଶ୍ରମିକମାନେ ଚାହିଁଲେ ନିଜକୁ ପଞ୍ଜୀକୃତ କରିପାରିବେ, ଦୈନିକ ମଜୁରୀ ୧୮୨ ରୁ ୨୦୨ କୁ ବୃଦ୍ଧି କରାଯାଇଛି।

– ସର୍ବନିମ୍ନ ମଜୁରୀ ସର୍ବଭାରତୀୟ ବ୍ୟବସ୍ଥାରେ ଅଣାଯିବ, ଏହା ସମସ୍ତ ଶ୍ରମିକଙ୍କ ପାଇଁ ଲାଭଦାୟକ ହେବ। ଏଥିପାଇଁ ସଂସଦରେ କାର୍ଯ୍ୟ ଚାଲିଛି। ଭତ୍ତା ତଥା ମଜୁରୀ କ୍ଷେତ୍ରରେ ଆଞ୍ଚଳିକ ପାର୍ଥକ୍ୟ ହଟାଇବାକୁ ପଡିବ। ସମସ୍ତ ଶ୍ରମିକଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ମଧ୍ୟ କରାଯିବ।

– ନିଜ ଗ୍ରାମ କିମ୍ବା ସହରକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ମାଧ୍ୟମରେ MNREGA ରେ ନାମ ଲେଖାଉଛନ୍ତି। MNREGA ଅଧିନିୟମ ଅନୁଯାୟୀ, ସେମାନଙ୍କୁ ନିଜ ରାଜ୍ୟରେ କାମ ଦିଆଯାଉଛି। ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯଦି ଆବଶ୍ୟକ ହୁଏ ତେବେ ଅଧିକ ଖର୍ଚ୍ଚ ହେବ।

– ସହରରୁ ନିଜ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବହୁତ ଚିନ୍ତା ସରକାର କରୁଛନ୍ତି। ହାରାହାରି ବେତନ ହାରକୁ ୨୦୨ ଟଙ୍କାକୁ ବୃଦ୍ଧି କରିସାରିଛି। କାର୍ଯ୍ୟ ସମୟ ବୃଦ୍ଧି କରାଯାଇଛି ଯାହା ଦ୍ୱାରା ଶ୍ରମିକମାନେ ଅଧିକ ସୁଯୋଗ ପାଇବେ।

– ୭୨୦୦ ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସେମାନେ ମାର୍ଚ୍ଚ ୧୫ ରୁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି, ସେମାନେ ରିସାଇକ୍ଲିଂ ଫଣ୍ଡରୁ ସହାୟତା ନେଉଛନ୍ତି। ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଏହି କାର୍ଯ୍ୟକଳାପ କରାଯାଉଛି।

– ସମଗ୍ର ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ୩ କୋଟି ମାସ୍କ ଏବଂ ସାନିଟାଇଜର ପ୍ରସ୍ତୁତ କରିଛନ୍ତି ଏବଂ ଏହା କେନ୍ଦ୍ର ସରକାରଙ୍କ ସହାୟତାରେ ହୋଇଛି।

– ଏହାକୁ କିପରି ବ୍ୟବହାର କରାଯିବ ତାହା ରାଜ୍ୟମାନଙ୍କର ଅଧିକାର। ଗରିବ ସହରାଞ୍ଚଳ ଭୂମିହୀନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଗତ ଗତ ଦୁଇ ମାସ ୧୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

– ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କୁ ଏହି ଅର୍ଥକୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ଏବଂ ରହିବା ପାଇଁ ଅନୁମତି ଦିଆଯାଇଛି।

– ଗାଁର ଅର୍ଥନୀତି ପାଇଁ ୨ ମାସ ମଧ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି, କୋଭିଡ-୧୯ ଲକଡାଉନ୍‌ସମୟରେ ମଧ୍ୟ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପ ଜାରି ରହିଥିଲା, ୬୩ ଲକ୍ଷ ଋଣ ଦିଆଯାଇଛି। ମାର୍ଚ୍ଚରେ ଗ୍ରାମାଞ୍ଚଳ ବ୍ୟାଙ୍କଗୁଡ଼ିକୁ ନାବାର୍ଡ ମାଧ୍ୟମରେ ଟଙ୍କା ଯୋଗାଇ ଦିଆଯାଇଛି ଯାହା ଦ୍ୱାରା ଋଣ ପ୍ରଦାନ କରାଯାଇପାରିବ। ମେ ୩୧ ପର୍ଯ୍ୟନ୍ତ ଚାଷୀଙ୍କୁ ପାଇଁ ସୁଧ ଛାଡ କରାଯିବ। ଏମଏସଏମଇ ପ୍ୟାକେଜ ଶ୍ରମିକ ଏବଂ ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରିବ।

ଗତ ୨ ମାସ ମଧ୍ୟରେ ୨୫ ଲକ୍ଷ ଚାଷୀଙ୍କୁ କ୍ରେଡିଟ କାର୍ଡ ଦିଆଯାଇଥିଲା, ସେମାନଙ୍କୁ ୨୫ ହଜାର କୋଟି ଋଣ ମଧ୍ୟ ଦିଆଯାଇଥିଲା।

୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କା ରିଲିଫ୍ ମିଳିସାରିଛି।