Odiapua.com

ଶ୍ରଦ୍ଧାଳୁ ଭକ୍ତଙ୍କୁ ହବିଷାନ୍ନ ବଣ୍ଟନ

ପୁରୀ, ୨୪/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର କାଳିପୂଜା ଅବସରରେ ଏକ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ କାର୍ତ୍ତିକ ମାସର ହବିଷାନ୍ନ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ପୌରସବନ ଛକରେ ଥିବା ଶାନ୍ତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ହବିଷାନ୍ନ ରନ୍ଧନ କରି ପୁରୀକୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବଣ୍ଟନ କରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଆନନ୍ଦ ଉଲ୍ଲାସ ସହକାରେ ଏହି ହବିଷାନ୍ନ ପାଇଥିଲେ। ପଦ୍ମଲାଭ ତ୍ରିପାଠୀଙ୍କ ନେତୃତ୍ୱ ରେ ଏହି ସମସ୍ତ କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟ କର୍ମରେ ଶାନ୍ତି ଅନୁଷ୍ଠାନ ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।