Odiapua.com

ଶ୍ରଦ୍ଧାଞ୍ଜଳି ରାୟ ରାଜ୍ୟ ମହିଳା ବିଜେଡିର ଉପସଭାନେତ୍ରୀ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଝିଅ ଶ୍ରଦ୍ଧାଞ୍ଜଳି ରାୟଙ୍କୁ ପୁନଶ୍ଚ ରାଜ୍ୟ ମହିଳା ବିଜେଡିର ଉପସଭାନେତ୍ରୀ ଦାୟିତ୍ୱ ଦିଆଯାଇଛି। ସେ ଦୀର୍ଘବର୍ଷ ମହିଳା ବିଜେଡିର ପର୍ଯ୍ୟବେକ୍ଷିକା ଭାବେ ବିଭିନ୍ନ ଜିଲାରେ ଦଳୀୟ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ଲାଭ କରିଥିଲେ। ଶ୍ରୀମତୀ ରାୟଙ୍କ କାର୍ଯ୍ୟ ଦକ୍ଷତା, ନେତୃତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁନଶ୍ଚ ତାଙ୍କୁ ଦଳର ଉପସଭାନେତ୍ରୀ ଦାୟିତ୍ୱ ଦେଇଛନ୍ତି। ନୂଆ ଦାୟିତ୍ୱ ପାଇବା ପରେ ଶ୍ରୀମତୀ ରାୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସାହିତ୍ୟିକା ତଥା ସଂଗଠିକା ଭାବେ ଜଣାଶୁଣା ଶ୍ରୀମତୀ ରାୟ ତୃଣମୂଳସ୍ତରରେ ଦଳକୁ ଆଗେଇ ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।