Odiapua.com

ଶ୍ରଦ୍ଧାଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ବ୍ୟକ୍ତି

ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କାପୁର ତାଙ୍କ ବଡିଗାର୍ଡଙ୍କ ଜନ୍ମଦିନ ଅବସରରେ ନିଜ ସହ ବଡିଗାର୍ଡ ଅତୁଲ କାମ୍ବଲେଙ୍କ ଏକ ଫଟୋ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି।ଏବଂ କ୍ୟାପ୍ସନରେ ମରାଠୀ ଭାଷାରେ ଲେଖିଛନ୍ତି,”ମୋ ଜୀବନରେ ଜଣେ ମହତ୍ୱପୂର୍ଣ୍ଣ ଏବଂ ମହାନ ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା।ମତେ ସର୍ବଦା ସୁରକ୍ଷିତ ରଖିଥିବାରୁ ଧନ୍ୟବାଦ।ଆପଣଙ୍କ ଭଳି ବ୍ୟକ୍ତି ମୋ ଜୀବନରେ ରହିବା ମୋ ଭାଗ୍ୟ।ଆପଣଙ୍କୁ ସୁଖ, ଶାନ୍ତି ଏବଂ ଆପଣ ଯାହା ଚାହୁଁଛନ୍ତି ତାହା ପ୍ରାପ୍ତ ହେଉ।ଜନ୍ମଦିନର ଶୁଭେଚ୍ଛା।-ଦେବଦତ୍ତ ରଥ