Odiapua.com

ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ପୁରୀ ୨୪-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୋକାକୁଳ ପରିବେଶ ମଧ୍ୟରେ ଆଜି ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ଼ ଜଗତର ଖଳନାୟକ ତଥା ବିଶିଷ୍ଠ ଅଭିନେତା ରାଇମୋହନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଭାବବିହ୍ଵଳ ପରିବେଶରେ ତାଙ୍କର ସାନ ଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ରାଇମୋହନଙ୍କ ଶେଷ ଦର୍ଶନ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତାଙ୍କ ଫ୍ୟାନ, ତାଙ୍କ ସମର୍ଥକ, ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଓ ଅଭିନେତା ଯୋଗ ଦେଇଥିଲେ। ତେବେ ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ ବୋଲି ସମସ୍ତେ ବିବେଚନା କରିଛନ୍ତି।