ନୂଆଦିଲ୍ଲୀ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ଆଜି ଲକ୍ଷ୍ନୌରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଆଜି ସକାଳେ ଏକ ଇଞ୍ଜିନିୟରିଙ୍ଗ କଲେଜ ଚଢିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଶୋଇଥିବା ଅବସ୍ଥାରେ ଏହି ବସଟି ଦିଲ୍ଲୀ ଲୋହା ମଣ୍ଡୀରୁ ଫୈଜାବାଦ୍କୁ ଯାଉଥିଲା। ମାତ୍ର ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ହୋଇଛି। ତେବେ ମୃତକଙ୍କ ମଧ୍ୟରେ ତିନିଜଣ ଯାକ ହିଁ ଗୋଟିଏ ପରିବାରର ବୋଲି ଜଣାପଡିଛି। ଦୁଇଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ପିତାଙ୍କର ବି ଜୀବନ ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ତେବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।