Odiapua.com

ଶୋଇଥିବା ଅବସ୍ଥାରେ କାମୁଡ଼ିଲା ସାପ, ନାବାଳକର ମୃତ୍ୟୁ

ଢେଙ୍କାନାଳ,୦୩/୧୦,(ଓଡ଼ିଆ ପୁଅ ପି ନାଏକ): ସାପ କାମୁଡ଼ାରେ ଗଲା ଜଣେ ନାବାଳକର ଜୀବନ । ଆଜ୍ଞା ହଁ, ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଶଶାପଶି ଗ୍ରାମରେ ଘଟିଛି । ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ଶଶାପଶି ଗ୍ରାମର ନିଳେଇ ସାହିର ଆନନ୍ଦ ଦେହୁରୀଙ୍କ ପୁଅ ମୁନା ଦେହୁରୀ ବୋଲି ସୂଚନା ମିଳିଥିବା ବେଳେ ସେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ ମୁନା । ତେବେ ସେ ଘରେ ଶୋଇଥିବା ବେଳେ ଆଜି ଭୋର ୪ଟା ସମୟରେ ଏକ ସାପ ମୁନାକୁ କାମୁଡି ଦେଇଥିଲା । ଏହାଦେଖି ପରିବାର ଲୋକ ମୁନାକୁ ପ୍ରଥମେ କଙ୍କଡ଼ାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।