Odiapua.com

ଶୈାଚ ହେବାକୁ ଯାଇ ଗୋବରୀରେ ବୁଡିଗଲେ ବୃଦ୍ଧ

କେନ୍ଦ୍ରାପଡ଼ା, ୨୮ା୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ କାକଟ ଗ୍ରାମର ଜଣେ ବୃଦ୍ଧ ଗୋବରୀ ନଦୀକୁ ଶୈାଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାଇ କାକଟ ଗ୍ରାମର ବ୍ରହ୍ମାନନ୍ଦ ବେହେରା(୬୫)ନାମକ ବୃଦ୍ଧ ବୁଧବାର ସକାଳେ ଗ୍ରାମ ନିକଟ ଗୋବରୀ ନଦୀକୁ ଭୋର ପ୍ରାୟ ୪ଟା ସମୟରେ ଶୈାଚ ହେବାକୁ ଯାଇଥିଲେ। ଅସାବଧାନତା ବସତଃ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।