Odiapua.com

ଶେଷ ଦିନରେ ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନରୁ ବିଭିନ୍ନ ଦଳରୁ ୧୪ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ମାଲକାନଗିରି, ୨୫ା୩ (ଓଡିଆ ପୁଅ) ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ ଥିଲା। ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୧୪ଜଣ ନାମାଙ୍କନ ପତ୍ରଦାଖଲ କରିଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ଦଳରୁ ମୁକୁନ୍ଦସୋଡି, ଭାଜପା ଦଳରୁ ଆଦିତ୍ୟମାଢି, ସ୍ୱାଧୀନ ପ୍ରାର୍ଥୀ ଭାବେ ଉଦୟନାରାୟଣ ବୁରୁଦା, ବହୁଜନସମାଜ ପାର୍ଟୀ ଦଳରୁ ଜରାଶବର ମାଢି, ହିନ୍ଦୁସ୍ଥାନ ନିର୍ମାଣ ଦଳ ପକ୍ଷରୁ ବିଜୟ କୁମାର ନାୟକ, ଅଲଇଣ୍ଡିଆ ଫ୍ରଣ୍ଟ ଦଳରୁ ବିକାଶ ମାଢି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ଦଳରୁ ପୂଣ୍ଣ ର୍ଚନ୍ଦ୍ର ବାକା, ଭାଜପା ଦଳରୁ ପଦୁ ମାଝୀ, ସମତା କ୍ରାନ୍ତି ଦଳରୁ ଘେନୁ ମୁଦୁଲି, ବହୁଜନସମାଜ ପାର୍ଟୀ ପକ୍ଷରୁ ସନତାନ କବାସୀ, ସ୍ୱାଧିନ ପ୍ରାର୍ଥୀଭାବେ ରାଜୁ କୋପେ, ସଜୁଂକ୍ତା ଖିଲ, ଭିମସେନ ନାୟକ ଓ ଅଲଇଣ୍ଡିଆ ଫ୍ରଣ୍ଟଦଳରୁ ସୁର୍ଯ୍ୟମଣିନାୟକ ନିଜ ନିଜ ସମର୍ଥକ ଓ ପ୍ରସ୍ଥାପକ ମାନଙ୍କୁ ନେଇ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେଡି, ବିଜେପି, ସ୍ୱାଧୀନ, ବିଏସପି ଦଳ ପକ୍ଷରୁ ବିରାଟ ସୋଭାଯାତ୍ରାରେ ସହରପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚି ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଗତ ୧୮ତାରିଖ ରେ ମାଲକାନଗିରି ବିଧାନସଭା ଆସନପାଇଁ କଂଗ୍ରେସ ଦଳରୁ ମାଲା ମାଢି ଓ ଗତ୨୦ତାରିଖରେ ଚିତ୍ରକୋଣ୍ଡା ଆସନରୁ କଂଗ୍ରେସଦଳର ପ୍ରାର୍ଥୀନୀ ଲକ୍ଷ୍ମିପ୍ରୀୟା ନାୟକ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଇତି ମଧ୍ୟରେ ମାଲକାନଗିରି ବିଧାନସଭା ଆସନ ପାଇଁ ମୋଟ ୭ଜଣ ଓ ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ମୋଟ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନପାଇଁ ଚଳିତ ନିର୍ବାଚନରେ ସର୍ବମୋଟ ୧୬ଜଣ ନାମାଙ୍କନ ପତ୍ରଦାଖଲ କରିସାରିଛନ୍ତି। ଗତ ୨୦୧୪ ସାଧାରଣ ନିର୍ବାଚନରେ ମାଲକାନଗିରି ଆସନରୁ ୧୦ଜଣ ଓ ଚିତ୍ରକୋଣ୍ଡା ଆସନରୁ ୧୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦୁଇଟି ଯାକ ଆସନରୁ ମୋଟ ୨୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଳ କରିଥିଲେ।