Odiapua.com

ଶେଷପାଳି ଖୁଦୁରୁକୁଣୀ ଓଷା ଅନୁଷ୍ଠିତ

ପୁରୀ, ୩୦/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ଭାଦ୍ରବ ମାସର ଶେଷ ରବିବାର ତଥା ଖୁଦୁରୁକୁଣୀ ଓଷା ର ଶେଷପାଳି ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ ଓଷା କରୁଥିବା କନ୍ୟା ମାନେ ସୁଦ୍ଧପୁତ ଭାବେ ସ୍ନାନ କରି ମା ମଙ୍ଗଳାଙ୍କୁ ପୁଜା କରିଥିଲେ। କୁମାରୀ ଝିଅ ମାନେ ଦଳ ଦଳ ହୋଇ ଫୁଲ ସଂଗ୍ରହ କରି ପୁଜା ପାଇଁ ଫୁଲମାଳ ଗୁନ୍ଥିବା ରେ ବ୍ୟସ୍ତ ରହିଥିବା ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ମାଆଙ୍କର ଚିତ୍ର, ଫଟ୍ଟୋ ଓ ମୂତ୍ତି ରଖି ଝିଅ ମାନେ ଏକତ୍ରିତ ହୋଇ ଫୁଳମାଳରେ ସୁସଜ୍ଜିତ କରି ସଂନ୍ଧ୍ୟା ସମୟରେ ପୂଜାର୍ଚ୍ଚନା କରିଥିଲେ। ସାମାଜିକ ଦୂରତା ରଖି ପୂଜା ସ୍ଥଳରେ ଏକତ୍ରିତ ହୋଇ ଖୁଦୁରୁକିଣୀ ଓଷାର ମହାତ୍ମ୍ୟ ଶୁଣିଥିଲେ। ଶେଷରେ ମାଆଙ୍କ ନିକଟରେ ଖଇକୋରା, କାକୁଡି, ବିଭିନ୍ନ ପ୍ରକାର ମିଠା ଓ ପୀଠା ପ୍ରଭୃତି ଭୋଗ ଡାଲାରେ ସଜ୍ଜିତ କରି ମାଆ ଙ୍କୁ ଭୋଗ ଲଗାଇଥିଲେ। କୋଭିଡ୍‌-୧୯ ଆଇନ ଲାଗୁ କରାଯାଇଥିବା ଯୋଗୁଁ ନିଡାମ୍ବର ଭାବେ ମାଆଙ୍କ ପୂଜାର୍ଚ୍ଚନା କରାଯାଇଥିଲା।