Odiapua.com

ଶେଖ ହସିନା ଢାକେଶ୍ୱରୀ ମନ୍ଦିରକୁ ଦେଲେ ୧.୫ ବିଘା ଜମି

ଭୁବନେଶ୍ୱର;୧୯,ଅକ୍ଟୋବର:ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୁର୍ଗାପୂଜା ଉପଲକ୍ଷେ ଢାକେଶ୍ବରୀ ମନ୍ଦିରକୁ ୧.୫ ବିଘା ଜମି ପ୍ରଦାନ କରିଛନ୍ତି । ରାଜଧାନୀ ଢାକା ସ୍ଥିତ ଢାକେଶ୍ବରୀ ମନ୍ଦିରକୁ ଜମି ପ୍ରଦାନ ପାଇଁ ଗତ ୬ ଦଶକ ଧରି ଏହି ଦାବି ହୋଇ ଆସୁଥିଲା।ମନ୍ଦିର ପୁରାତନ ସ୍ବରୂପକୁ ପୁନଃନିର୍ମାଣ ପାଇଁ ଏହି ଭୂମିର ରହିଛି।ଶେଖ ହସିନା ଗତ ଅକ୍ଟୋବର ୧୫ରେ ଢାକେଶ୍ବରୀ ମନ୍ଦିରକୁ ଯାଇଥିଲେ।ସେଠାରେ ସେ ୧.୫ ବିଘା ଜମି ମନ୍ଦିରକୁ ଉପହାର ଭାବେ ପ୍ରଦାନ କରୁଛନ୍ତି ବୋଲି ଘୋଷଣା କରିଥିଲେ।ଏହି ଜମି ମନ୍ଦିରର ପାର୍ଶ୍ବରେ ଅଛି।ଯାହାର ଆନୁମାନିକ ମୂଲ୍ୟ ୪୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଢାକେଶ୍ବରୀ ମନ୍ଦିର ହେଉଛି ବାଲାଂଦେଶର ସବୁଠାରୁ ବଡ଼ ମନ୍ଦିର।ଏହା ରାଜଧାନୀ ଢାକାର ନାଁ ଅନୁସାରେ ରଖାଯାଇଛି।ମନ୍ଦିର ପ୍ରଶାସନ ଗତ କିଛିବର୍ଷ ଧରି ଜମି କିଣିବା ପାଇଁ ପ୍ରୟାସ କରୁଥିଲେ । କିନ୍ତୁ ଜମିର ଦାମ ଅଧିକ ହେବାରୁ ମନ୍ଦିର ପ୍ରଶାସନ ପକ୍ଷେ ଜମି କିଣିବା ସମ୍ଭବ ହେଉ ନଥିଲା ।

ବର୍ତ୍ତମାନ ହସିନା ସରକାର ମଧ୍ୟସ୍ଥତା ମାଧ୍ୟମରେ ମନ୍ଦିରକୁ ୧୦କୋଟି ଟାକା(ବାଲାଂଦେଶୀ ମୁଦ୍ରା)ରେ ଜମି ଦେଇଛି।ଏହା ସହ ହିନ୍ଦୁ କଲ୍ୟାଣ ଟ୍ରଷ୍ଟର ଫଣ୍ଡକୁ ୨୧ କୋଟିରୁ ୧୦୦ କୋଟି ଟାକା ଯାଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବାଲାଂଦେଶ ଏକ ମୁସଲିମ ବହୁଳ ଦେଶ ଭାବେ ପରିଚିତ।ଏଠାରେ ମଧ୍ୟ ବହୁ ସଂଖ୍ୟାରେ ହିନ୍ଦୁ ମଧ୍ୟ ବସବାସ କରନ୍ତି।ସେଠାରେ ହିନ୍ଦୁ ସଂଖ୍ୟାଲଘୁ ଶ୍ରେଣୀରେ ଆସନ୍ତି।ଆଗାମୀ ଡିସେମ୍ବରରେ ବାଲାଂଦେଶରେ ସାଧାରଣ ନିର୍ବାଚନ ହେବାର ଅଛି।ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗକୁ ହିନ୍ଦୁଙ୍କ ଅଧିକ ସମର୍ଥନ ରହିଛି।/ଦେବଦତ୍ତ