Odiapua.com

ଶୁଲଭ ଶୈାଚାଳୟର କର୍ମକର୍ତ୍ତାଙ୍କ ଦାବିପତ୍ର ପ୍ରଦାନ

ପୁରୀ, ୮/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୁଲଭ ଇଣ୍ଟର ନ୍ୟାସନାଲ ଦ୍ୱାରା ପରିଚାଳିତ ସହରରେ ଥିବା ଶୁଲଭ ଶୈାଚାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ୭ମାସ ଧରି ସେମାନଙ୍କ ପ୍ରାୟ ପାଇପାରି ନାହାନ୍ତି। ଅପରପକ୍ଷରେ କରୋନା ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ କରିଆସିଛନ୍ତି। ଶୁଲଭ ଶୈାଚାଳୟର ବ୍ୟବହାରୀକାରୀଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଇ ଥିବା ୨୦ ଟି ଶୈାଚାଳୟ ପ୍ରାୟ ୩୦ ଲକ୍ଷ ଟଙ୍କା ସୁଲଭ ଇଣ୍ଟର ନ୍ୟାସନାଲ କର୍ମଚାରୀ ହିତାଧିକାରୀମାନଙ୍କ ଠାରୁ ଲୁଟି ନେଇ ଯାଇଥିବା ଆଶଙ୍କା କରାଯାଉଥିବା ବେଳେ ଦୀର୍ଘ ସାତମାସ ହେଲା ଶୈାଚାଳୟର କର୍ମଚାରୀ ସେମାନଙ୍କ ପାରିଶ୍ରମିକ ପାଇପାରିନାହାନ୍ତି। ଏପ୍ରକାର ଅନିୟମିତତାରେ ପୈାରପାଳିକା ତଦାରଖ କରିବାରେ ଅବହେଳା କରିଛନ୍ତି। କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ୫ ଦଫା ଦାବି ସମ୍ମୀଳିତ ଦାବିପତ୍ର ପ୍ରଦାନ କରି ଜିଲ୍ଲାପାଳ ଏହାର ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।