Odiapua.com

ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ॐ ଦୃତେ ଦୃଂହ ମିତ୍ରସ୍ୟ ମା’ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷନ୍ତାମ୍‍।
ମିତ୍ରସ୍ୟାହଂ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷେ।
ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ॥ (ଯଜୁର୍ବେଦ ୩୬/୧୮)

ଭାବାର୍ଥ –
ହେ’ ଅନନ୍ତବଳ ମହାବୀର ଈଶ୍ୱର। ହେ’ ଦୁଷ୍ଟ ସ୍ୱଭାବନାଶକ। ବିଦୀର୍ଣ୍ଣ କର୍ମ ଅର୍ଥାତ୍‍ ବିଜ୍ଞାନାଦି ଶୁଭକର୍ମ ନାଶ ପ୍ରବୃତ୍ତିରେ ମୋତେ ସ୍ଥିର ରଖନ୍ତୁ ନାହିଁ। ମୋର ଆତ୍ମାକୁ ସେହିଭଳି କର୍ମରୁ ଉପରକୁ ଉଠେଇ ସତ୍ୟବିଦ୍ୟା, ସତ୍ୟଧର୍ମ ଆଦି ସଦଗୁଣ କର୍ମରେ ସଦୟ ସ୍ଥିରତା ପ୍ରଦାନ କରନ୍ତୁ। ହେ’ ପରମେଶ୍ୱର୍ଯ୍ୟବାନ୍‍ ଭଗବାନ ଧର୍ମାର୍ଥ କାମମୋକ୍ଷାଦି ଓ ବିଦ୍ୟା ବିଜ୍ଞାନାଦି ଦାନଦ୍ୱାରା ମୋତେ ଉନ୍ନତି ପଥରେ ନିଅନ୍ତୁ। ହେ’ ସର୍ବ ସୁହୃଦୀଶ୍ୱର ସର୍ବାନ୍ତର୍ଯ୍ୟାମିନ୍‍, ସମସ୍ତ ଭୂତ ପ୍ରାଣୀମାତ୍ର ମୋତେ ମିତ୍ର ଦୃଷ୍ଟିରେ ଦେଖନ୍ତୁ। ସମସ୍ତେ ମୋର ପରମସଖା ହୁଅନ୍ତୁ। କେହି ହେଲେ ମୋ ପ୍ରତି ବୈରଭାବ ରଖନ୍ତୁ ନାହିଁ। ହେ’ ପରମାତ୍ମନ୍‍, ଆପଣଙ୍କ କୃପା ଦୃଷ୍ଟିରେ ମୁଁ ନିର୍ବୈର ହୋଇ ସମସ୍ତ ପ୍ରାଣୀ ଓ ଚର ଓ ଅଚର ଜଗତକୁ ମିତ୍ର ଦୃଷ୍ଟିରେ ସ୍ୱାତ୍ମ-ସ୍ୱପ୍ରାଣବତ୍‍ ପ୍ରିୟ ଜାଣେ। ପକ୍ଷପାତ ପରିତ୍ୟାଗ କରି ଆମେ ସମସ୍ତେ ଦେହଧାରୀ ପ୍ରାଣୀ ପରସ୍ପର ମଧ୍ୟରେ ପ୍ରେମଭାଜନ ହେଉ। ଅନ୍ୟାୟାଚରଣ କଦାପି କାହାଠାରେ ନରହୁ। ଏହା ହେଉଛି ପରମାତ୍ମାଙ୍କ ଦ୍ୱାରା ଉପଦିଷ୍ଟ ପରମଧର୍ମ, ଯାହାକି ସର୍ବମାନ୍ୟ ଅଟେ। -ଦେବଦତ୍ତ ରଥ
https://odiapua.com/29-april-horoscope-2/