Odiapua.com

ଶିଶୁ ସୁରକ୍ଷା କୁ ସୁଦୃଢ଼ ପାଇଁ ଦୁଇଦିନିଆ କର୍ମଶାଳା,ଶିଶୁ କୁ ସୁନ୍ଦର ସଂସ୍କାର ପରିବାରରୁ ମିଳିଲେ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବ

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଜିଲ୍ଲା ପୋଲିସ ସଭାଗୃହ ପରିସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରଦୀପ୍ତ କରଙ୍କ ପୌରୋହିତ୍ୟରେ ମିଶନ ବାତ୍ସଲ୍ୟ ଅନ୍ତର୍ଗତ ଅଣ-ଆନୁଷ୍ଠାନିକ ଯତ୍ନ ସେବା ମାଧ୍ୟମରେ ଶିଶୁ ଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଓ ଦକ୍ଷତା,କୌଶଳ ମାଧ୍ୟମରେ ଶିଶୁଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବିଲମ୍ବ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ କୁମାର ମାଝୀ ,ଜିଲ୍ଲା କର୍ମ ନିୟୋଜନ ଅଧିକାରିଣୀ ଅନିତା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ,ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟକ୍ରମ ମ୍ୟାନେଜର ମିଲୁ ମହାନ୍ତି,ରତନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।ଶିଶୁ ସୁରକ୍ଷା ୟୁନିଟର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ଦୁଇ ଦିନ ବ୍ୟାପୀ କର୍ମଶାଳାର ଆଭିମୁଖ୍ୟ ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଶିଶୁକୁ ସୁନ୍ଦର ସଂସ୍କାର ପରିବାରରୁ ମିଳିଲେ ସେ ସମାଜ ରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବ ବୋଲି ଉଲ୍ଲେଖ କରିଥିଲେ। ସମସ୍ତ ଥାନର କାର୍ଯ୍ୟରତ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ , ହିତାଧୀକାରୀ ଶିଶୁ ଓ ଅଭିଭାବକ,ସଖୀ ସେଣ୍ଟରର ପ୍ରଶାସିକା ପୁଷ୍ପାଞ୍ଜଳି ବେହେରା,ଶକ୍ତି କେନ୍ଦ୍ର ର ପରିଚାଳିକା ,ଯୋଗମାୟା ଚାନ୍ଦ,ପରିବାର ପରାମର୍ଶ କେନ୍ଦ୍ରର କର୍ମକର୍ତ୍ତା,ଚାଇଲ୍ଡ ହେଲ୍ପ ଲାଇନର କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରିଣୀ (ଅଣ-ଆନୁଷ୍ଠାନିକ) ସ୍ୱାଗତିକା ବାରିକ୍‌, କୂଳଦୀପ ଜେନା,ଦମୟନ୍ତୀ ଦାଶ ସମେତ ଚାଇଲ୍ଡ ଲାଇନ ର ଟିମ୍ ସଦସ୍ୟ ଚନ୍ଦ୍ରକାନ୍ତ ଗୋଚ୍ଛାୟତ, କାହୁଁ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପରିଶେଷରେ ଆଇନ୍ ଅଧିକାରୀ ଶ୍ରୀ ଦାସଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।