Odiapua.com

ଶିଶୁ ସୁରକ୍ଷା ଆୟୋଗର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ତିନିଜଣ ପିଲା ପୁରସ୍କୃତ

ମାଲକାନଗିରି,୨ା୧୧(ଓଡିଆ ପୁଅ ) ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ୧୦ମ ପ୍ରତିଷ୍ଠା ଦିବସ ଅବସରେ ମାଲକାନଗିରି ଜିଲ୍ଲାର ତିନିଜଣ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ପାଇଁ ଜିଲ୍ଲାପାଳ ପୁରସ୍କୃତ କରିଛନ୍ତି । ମାଲକାନଗିରି ଜିଲ୍ଲା ବାଲିମେଳା ସହରର ବୁଲୁ ମୁଦୁଲି ନାମକ ବାଳକ ବାଲିମେଳା କେନାଲରେ ବୁଡିଯାଉଥିବା ଜଣେ ଝିଅକୁ ଉଦ୍ଧାର କରି ଜୀବନ ବଚାଂଇଥିବାରୁ ତାଙ୍କର ସାହସିକତା ପାଇଁ ବୁଲୁକୁ ଜିଲ୍ଲା ରେଡକ୍ରସ ଫଣ୍ଡ ପକ୍ଷରୁ ୧୦ହଜାର ଟଙ୍କା ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ୧ହଜାରଟଙ୍କା ମୋଟ ୧୧ହଜାରଟଙ୍କା, ରଶ୍ମିତା ମାଡକାମି କ୍ରୀଡା କ୍ଷେତ୍ରରେ ଉଲେଖ୍ୟନିୟ ସଫଳାତା ହାସଲ କରି ସ୍ୱଣ୍ଣ ର୍ପଦକ ପାଇଥିବାରୁ ତାଙ୍କୁ ୬ହଜାର ଟଙ୍କା,୨୦୨୦ ମସିହା ହାଇସ୍କୁଲ ପରୀକ୍ଷାରେ ଅଧିକ ମାର୍କ ରଖି ଟପର ସ୍ଥାନ ଅଧିକାର କରିଥିବା ପ୍ରହ୍ଲାଦ ନାଥଙ୍କୁ ୬ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଏହି ତିନିଜଣ ପିଲାଙ୍କୁ ସମ୍ମାନିତ କରିବା ସହିତ ଚେକ୍ ପ୍ରଦାନକରି ପୁରସ୍କୃତ କରିଥିଲେ । ଏହି ଅବସରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଉପସ୍ଥିତି ଥିଲେ ।