Odiapua.com

ଶିଶୁ ସମାଚାରର ତ୍ରୟୋଦଶ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ

ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)୨୦୦୮ ମସିହା ଅଗଷ୍ଟ ମାସରେ ଆତ୍ମପ୍ରକାଶ କରିଥିବା ଓଡିଶାର ସର୍ବପ୍ରଥମ ମାସିକ ଶିଶୁ ସମ୍ବାଦ ପତ୍ର, ଶିଶୁ ସମାଚାର, ସଫଳତା ଓ ସମ୍ମାନ ସହ ୧୨ ପୁରଣ କରି ଆଜି ୧୩ ବର୍ଷରେ ପହଞ୍ଚିଛି। ଏହି ଅବସରରେ ଗତ କାଲି ଅପରାହ୍ନରେ ସ୍ଥାନୀୟ ରାଜ ହୋଟେଲ ସମ୍ମିଳନୀ କକ୍ଷରେ ଶିଶୁ ସମାଚାର ତ୍ରୟୋଦଶ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ନିଡାମ୍ବର ଭାବେ ପାଳିତ ହୋଇଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ମୁଖ୍ୟ ଅତିଥି ଜାତି ସଂଘ ର ୟୁଥ୍ ଗୁଡଉଇଲ ଆମ୍ବାସାଡର ଆଶୁତୋଷ ପଟ୍ଟନାୟକ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଟିକାୟତ ରାୟ, ଶିକ୍ଷାବିତ୍ ଅବିନାଶ ରଥ, ସନନ୍ତ କୁମାର ଦାସ, ସତ୍ୟ ନାରାୟଣ ସାହୁ ଅତିଥି ଭାବେ ଯୋଗ ଦେଇ ଶିଶୁ ସମାଚାରର ତ୍ରୟୋଦଶ ବର୍ଷର ପ୍ରଥମ ସଂଖ୍ୟାକୁ ଉନ୍ମୋଚନ କରିଥିଲେ। ଅତିଥିମାନେ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ପ୍ରତି ଶିଶୁର ଆଗ୍ରହ ବୃଦ୍ଧି ପାଇଁ ଶିଶୁ ସମ୍ବାଦ ପତ୍ରର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି କଳଳମତି ଶିଶୁଙ୍କ ମାନସୀକ ଅବସ୍ଥା ଓ ବୟସକୁ ଦୃଷ୍ଟିରେ ରଖି ଶିଶୁ ସାହିତ୍ୟ ସୃଷ୍ଟି ହେବା ଦରକାର ବୋଲି ସେମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଶିଶୁ ସମାଚାରର ସଂପାଦକ ଶୁକାନ୍ତ ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।