Odiapua.com

ଶିଶୁ ଯତ୍ନ ଅନୁଷ୍ଠାନରେ ସେବା ମାନଦଣ୍ଡ ପାଳନ ଉପରେ କର୍ମଶାଳା

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ, ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଭଦ୍ରକ ଆନୁକୁଲ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କର ସମ୍ପାଦକ, କର୍ମକର୍ତ୍ତା ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟ, ଶିଶୁ କିଶୋର ନ୍ୟାୟ ବୋର୍ଡ଼ ର ସଦସ୍ୟ ମାନଙ୍କୁ ନେଇ “ଶିଶୁ ଯତ୍ନ ଅନୁଷ୍ଠାନରେ ସେବା ମାନଦଣ୍ଡର ସଠିକ ପାଳନ” ଉପରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ରୂପେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ ଓ ଏଥିସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ନବୀନ ଚନ୍ଦ୍ର ସାହୁ, ଅମର କୁମାର ବାରିକ, ମୌସୁମୀ ମାଇତି ଓ କିଶୋର ନ୍ୟାୟ ବୋର୍ଡ଼ର ସଦସ୍ୟ ଲଳିତା ସାହୁ ଓ ବନମାଳୀ ଯେନା ପ୍ରମୂଖ ଯୋଗଦାନ କରିଥିଲେ ।

ଉକ୍ତ କର୍ମଶାଳାରେ ଜିଲ୍ଲାର ନଅଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ସମ୍ପାଦକ, ଅଧିକ୍ଷକ, କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ବିଷୟ ବିଶାରଦ ଭାବେ ପୂର୍ବତନ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସତ୍ୟ ସୁନ୍ଦର ପୁହାଣ ଯୋଗଦାନ କରିଥିଲେ । ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ସଠିକ ସେବା ମାନଦଣ୍ଡ ପ୍ରଦାନ ଦ୍ୱାରା ଶିଶୁ ମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଥାଏ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ସେବା ମାନଦଣ୍ଡର ପ୍ରତ୍ୟେକ ଦିଗ ଉପରେ ଧ୍ୟାନ ଦେବା ପାଇଁ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଶିଶୁଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଉପଯୁକ୍ତ ରହିବା ସ୍ଥାନ, ସୁରକ୍ଷା, ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ଆଦି ଉପରେ ଗୁରୁତ୍ୱ ଦେବାପାଇଁ ସୂଚନା ପ୍ରଦାନ କରିଥିଲେ । ଏ ସବୁର ତୁରନ୍ତ ସମାଧାନ ଦିଗରେ ଯତ୍ନବାନ ହେବାପାଇଁ ଉପଦେଶ ଦେଇଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ ଶିଶୁର ଆବଶ୍ୟକ ଜରୁରୀ ଯତ୍ନ ମାନଦଣ୍ଡ ର ଆବଶ୍ୟକତା ଉପରେ ନଜର ଦେବା ପାଇଁ କହିଥିଲେ ।

ଆଜିର କର୍ମଶାଳା ଦ୍ୱାରା ଶିଶୁର ଉପଯୁକ୍ତ ଯତ୍ନ ଆହୁରି ସୁଦୃଢ଼ ହୋଇପାରିବ । କାର୍ଯ୍ୟ କ୍ରମର ଦିତୀୟାର୍ଦ୍ଧରେ ପୂର୍ବତନ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସତ୍ୟ ସୁନ୍ଦର ପୁହାଣ ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁ ସେବା ମାନଦଣ୍ଡ ପ୍ରଦାନର ବିଭିନ୍ନ ଦିଗ ଯଥା ଉପଯୁକ୍ତ ଖାଦ୍ୟ, ଶିକ୍ଷା, ବ୍ୟକ୍ତିତ୍ୱ ବିକାଶ, ପ୍ରଯୁକ୍ତି ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ଯତ୍ନ ସହାୟତାର ସଠିକ ଯାଞ୍ଚ ଓ ଭବିଷ୍ୟତ କର୍ମ ସଂସ୍ଥାନ ଉପରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଶିଶୁ ମଙ୍ଗଳ ସମିତିର ସଦସ୍ୟ ନବୀନ ଚନ୍ଦ୍ର ସାହୁ, ଅମର କୁମାର ବାରିକ, ମୌସୁମୀ ମାଇତି, ଶିଶୁ କିଶୋର ନ୍ୟାୟ ବୋର୍ଡ଼ ସଦସ୍ୟ ତଥା ଲଳିତା ସାହୁ ଓ ବନମାଳୀ ଯେନା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସେବା ମାନଦଣ୍ଡ ଉପରେ ଗୁରୁତ୍ୱ ପ୍ରଦାନ କରି ନିଜ ନିଜର ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ନୟୁନିଟ୍‌ର ସ୍ୱାଗତିକା ବାରିକ୍‌, ଧୀରଜ ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା ଓ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁବ୍ରତ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।