Odiapua.com

ଶିଶୁ କବିତା ସକଳନ ‘ହୋଲିରେ ହୋଲି’ ଲୋକାର୍ପିତ

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରସ୍ୱତ ସାଧକ ଇଂ ଅଭୟ ସୂତାରଙ୍କ ଶିଶୁ କବିତା ସଂକଳନ ‘ହୋଲିରେ ହୋଲି’ ଭଦ୍ରକର ସାଳନ୍ଦୀ ନଗର ସ୍ଥିତ ‘ଦିବ୍ୟଜ୍ୟୋତି ସାରସ୍ୱତ ମଣ୍ଡପ’ରେ ଲୋକାର୍ପିତ ହୋଇ ଯାଇଛି । ଦିବ୍ୟଜ୍ୟୋତି ସାରସ୍ୱତ ପରିଷଦ, ଭଦ୍ରକ ଆନୁକୂଲ୍ୟରେ ଆୟୋଜିତ ଏହି ଲୋକାର୍ପଣ ସମାରୋହକୁ ଭଦ୍ରକର ମାନ୍ୟବର ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟନ କରିବା ସହିତ ‘ହୋଲିରେ ହୋଲି’ ଏବଂ ରମାକାନ୍ତ ବେହେରାଙ୍କ ରଚିତ ପୁସ୍ତକ ‘ସୁନା ଚଢ଼େଇ’ ପୁସ୍ତକକୁ ଲୋକାର୍ପଣ କରିଥିଲେ । ଅଧ୍ୟାପକ ନୀହାର ରଂଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ପଣ୍ଡିତ ଦୈତ୍ୟାରୀ ମହାପାତ୍ର ବିଶିଷ୍ଟ ଅତିଥି, ସମାଜସେବୀ ମଳୟ କୁମାର ଜେନା, ଉତ୍କଳ ସାମ୍ବାଦିକ ସଂଘ, ଭଦ୍ରକ ଶାଖା ସଭାପତି ରବିନାରାୟଣ ଖିଲାର, ଅବନ୍ତିକା ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷା ଇଂ ସଂଗୀତା ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ସାହିତ୍ୟିକ କରୁଣାକର ବେହୁରିଆ ପୁସ୍ତକର ସମୀକ୍ଷା କରିଥିଲେ । ଇଂ ଅଭୟ ସୂତାର ଓ ଶିଶୁ ସାହିତ୍ୟିକ ରମାକାନ୍ତ ବେହେରା ଲେଖକୀୟ ଅଭିବ୍ୟକ୍ତି ରଖିଥିବା ବେଳେ ରୋଟାରିଆନ ଅତିସ୍ ବେହେରା ସ୍ୱାଗତ ଭାଷଣ, ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ଯୁବ ସମାଜସେବୀ ତଥା ଯୁବ ନେତୃତ୍ୱ ପ୍ରବୀର ଜେନା, ରୋଟାରିଆନ ଶିଶିର ମିଶ୍ର ଶିଶୁ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । କଣ୍ଠ ଗୌରବ ଦେବେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, କବୟିତ୍ରୀ ମନୋରମା ରାୟ, ନେତ୍ରୀ କଳ୍ପନା ଜେନା, ଅଧ୍ୟାପିକା ଚିନ୍ମୟୀ ବଳ, ଦୀପ୍ତିମୟୀ ସାହୁ, ଚୈତାଳୀ ଖିଲାର ପ୍ରମୁଖ ଉଦ୍‌ଘାଟନୀ ସଂଗୀତ ଗାନ କରିଥିଲେ । ଶିକ୍ଷୟିତ୍ରୀ ତୃପ୍ତି ଦାସ, ଅଳକା ପଣ୍ଡା ଓ ଆଦର୍ଶ ସୂତାର ଉତ୍ସବ ପରିଚାଳନା କରିଥିଲେ ।