Odiapua.com

ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନ ଶୀର୍ଷକ କର୍ମଶାଳା

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଆନୁକୂଲ୍ୟରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସଭାଗୃହ ପରିସରରେ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଅଂଶୀଦାର ସମୂହଙ୍କ ପାଇଁ କିଶୋର ନ୍ୟାୟ ଓ ଶିଶୁଙ୍କ ବିଭିନ୍ନ ଆଇନ ଶୀର୍ଷକ କର୍ମଶାଳା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳା ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍‌ର ଅଧ୍ୟକ୍ଷା ଡି.ଏସ୍‌.ପି. (ଏଚ୍‌.ଆଇ.ପି.ସି.) ପୁଷ୍ପଲତା ବାରିକ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ପ୍ରମୂଖ ଯୋଗଦାନ କରିଥିଲେ । ବିଷୟ ବିଷାରଦ ରୂପେ ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟାସିଂ ଏବଂ ଅଂଶୀଦାର ମାନଙ୍କ ଭୂମିକା ଶିଶୁ ସୁରକ୍ଷା ପାଇଁ ବିହୀତ ଆଇନ୍‌, ପୋଲିସର କାର୍ଯ୍ୟଧାରା ସଂପର୍କରେ ମତ ରଖିଥିଲେ ।

ପ୍ରତିପାଳନ ଯତ୍ନ ପାଇଁ (ଏସ୍‌.ଡବଲୁ.ବି)ର ନିର୍ଦ୍ଦେଶକ ଅନୁପମ ସରକାର କର୍ମଶାଳାରେ ଟିପଣୀ ରଖିଥିଲେ । କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳୀ ଜେନା ଓ ଲଳିତା ସାହୁ ଶିଶୁ ମାନଙ୍କୁ ପରିଷଦରେ ହାଜର ପାଇଁ କିଭଳି କାର୍ଯ୍ୟପନ୍ଥା ଆବଶ୍ୟକ ସେ ବିଷୟରେ କର୍ମଶାଳାରେ ଆଲୋକପାତ କରିଥିଲେ । ତତ୍ ସହ ଡା. ଦେବରାଜ ପାଣିଗ୍ରାହୀ, ନବୀନଚନ୍ଦ୍ର ସାହୁ ଶିଶୁ ମଂଗଳ କମିଟିପାଇଁ ଶିଶୁ ମାନଙ୍କୁ କିଭଳି ଥଇଥାନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ଏବଂ ସମସ୍ତଙ୍କ ଭୂମିକା କିଭଳି ହେବା ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ । ଏଥିସହ କର୍ମଶାଳାରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟବିବାହ, କିଶୋର ନ୍ୟାୟ ଆଇନ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶିଶୁମାନଙ୍କ ବିଭିନ୍ନ ଆଇନ ବିଷୟରେ ସମସ୍ତେ ଅବଗତ ହେବା ସହ ସେଗୁଡ଼ିକୁ ମାନି ଚଳିବା ଆବଶ୍ୟକ ଦର୍ଶାଇଥିଲେ । ଏହି କର୍ମଶାଳାରେ ସମସ୍ତ ସି.ଡ଼ି.ପି.ଓ, ସମସ୍ତ ଥାନାର ଶିଶୁ ମଂଗଳ ଅଧିକାରୀ, ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ ସଖୀ, ପରିବାର ପରାମର୍ଶ କେନ୍ଦ୍ର, ପ୍ରଗତି ଯୁବକ ସଂଘ, ପାରାଲିଗାଲ କର୍ମୀ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ଶାଖାର ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା, ସୁଦର୍ଶନ ବାଦ୍ରା ସମେତ ତଥାଗତ ଜେନା, ସସ୍ମିତା ନାୟକ, ଅରବିନ୍ଦ ସେଠୀ, ନିବେଦିତା ଲେଙ୍କା, ଧନଞ୍ଜୟ ଜେନା, ଜ୍ୟୋତିପ୍ରକାଶ ପତି, ଦିଗନ୍ତ ବେହେରା, ସମ୍ବିତ ମହାନ୍ତି, ରିୟାଜ ଅହମ୍ମଦ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶଶୁ ସୁରକ୍ଷା ଶାଖାର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।