Odiapua.com

ଶିଶୁ ଅଧିକାର ସୁରକ୍ଷା ଓ ବାଲ୍ୟବିବାହ ସର୍ମ୍ପକିତ ସଚେତନତା ଶିବିର

ବାଲିଗୁଡା, ୨୩/୬ (ଓଡ଼ିଆ ପୁଅ/ଏସ୍.କେ.ପାଣୀଗ୍ରାହୀ) – ଶିଶୁ ଅଧିକାର ସୁରକ୍ଷା ଓ ବାଲ୍ୟ ବିବାହ ସର୍ମ୍ଫକିତ ସଚେତନତା ଶିବିର ସାରଙ୍ଗଡର ବଣ୍ଡଗୁଡା ଠାରେ ତାଲୁକା ଆଇନ ସେବା ସମିତି, ବାଲିଗୁଡାର ଆୟୋଜନରେ ଓ ସ୍ୱାତୀ ଓ ସେଭ ଦି ଚିଲଡ୍ରେନ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ ସେବା ସମିତିର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା କୋର୍ଟର ମାନ୍ୟବର ବିଚାରପତି ଅରବିନ୍ଦ ପଟ୍ଟନାୟକ ଅଧକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ମାନ୍ୟବର ବିଚାରପତି ଶିଶୁ ସୁରକ୍ଷା ଅଧୀକାର ପାଇଁ ବିଭିନ୍ନ ଆଇନ ସେମାନଙ୍କୁ କିଭଳି ସୁରକ୍ଷା ଦିଆଯିବ ତତ୍ ସହିତ ଶିଶୁ ମାନେ ବିଭିନ୍ନ ଦୋକାନ ବଜାର, ହୋଟେଲ ଆଦିରେ ଶ୍ରମିକ ଭାବେ ନିୟୋଜିତ ଯଦିଥିବେ ତେବେ ସେମାନଙ୍କୁ ଆଣି କିଭଳି ଥଇଥାନ କରାଯିବ ଏବଂ ବାଲ୍ୟ ବିବାହ ସର୍ମ୍ଫକିତ ଅଧିନିୟମ ୨୦୧୬ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥୀ ଭବେ ସିନିୟର ସିଭିଲଜର୍ଜ ରାଜୀବ ଲୋଚନ ସାହୁ, ସରକାରୀ ଓକିଲ ବିଜୟ ପଟ୍ଟନାୟକ, ବଣ୍ଡଗୁଡା ସରପଂଚ ସଂଜିତା ନାୟକ, ଜିରିଡିକିଆ ସରପଂଚ ମାଧବ ପ୍ରଧାନ ଓ କ.ନୁଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବହୁପୁରୁଷମହିଳା ଉପସ୍ଥିତ ଥିଲେ।