Odiapua.com

ଶିଳ୍ପ ପାର୍କ ପ୍ରତିଷ୍ଠା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣି ଶିବିର

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପ୍ରସ୍ତାବିତ ଶିଳ୍ପ ପାର୍କ ପ୍ରତିଷ୍ଠା ନିମନ୍ତେ ଚାନ୍ଦବାଲି ତହସିଲ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ, ଲକ୍ଷ୍ମୀ ପ୍ରସାଦ ଓ କଇଥକୋଲା ଗ୍ରାମର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେଉଥିବା ପରିବାରଙ୍କ ପ୍ରକାଶିତ ହୋଇଥିବା ଚିଠା ପୁର୍ନଃବାସ ଓ ଥଇଥାନ ନୀତି ସମ୍ବନ୍ଧୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, କୃଷ୍ଣପ୍ରସାଦ ଠାରେ ଆୟୋଜିତ ଏହି ଜନ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ମନୋଜ ପାତ୍ର, ସୂତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଜନ ସାଧାରଣଙ୍କ ଆବେଦନ ଅଭିଯୋଗ ଶୁଣିଥିଲେ । ସୂଚନା ଯୋଗ୍ୟକି ଏହି ଶିଳ୍ପ ପାର୍କ ପ୍ରତିଷ୍ଠା ନିମନ୍ତେ ୧ମ ପର୍ଯ୍ୟାୟରେ ଜମି ଅଧିଗ୍ରହଣ ପାଇଁ ୪ଟି ରାଜସ୍ୱ ଗ୍ରାମ କଇଥଖୋଲା, ଲକ୍ଷ୍ମୀ ପ୍ରସାଦ, ପ୍ରସାଦ ଓ କୃଷ୍ଣ ପ୍ରସାଦ ରେ ଅନ୍ୟୁନ ୯୭୨ ଏକର ବେସରକାରୀ ଜମି ପାଇଁ ୧୧(୧) ଧାରା ଅଧିସୂଚନା ଗତ ଡିସେମ୍ବର ମାସରେ ଓଡ଼ିଶା ସରକାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ପରିଚାଳନା ବିଭାଗ ଦ୍ୱାରା ପ୍ରକାଶ କରାଯାଇଥିଲା । ଯାହାକୁ ୧୨ ଗୋଟି ଭୂଅର୍ଜନ ନିମନ୍ତେ ପ୍ରୋସିଡ଼ିଂ ମାଧ୍ୟମରେ ସର୍ବସାଧାରଣଙ୍କର ଓ କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ପାଇଁ ସମ୍ପୃକ୍ତ ପ୍ରଭାବିତ ଅଞ୍ଚଳ, ପଞ୍ଚାୟତ, ତହସିଲ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଏହାକୁ ବ୍ୟାପକ ଭାବରେ ପ୍ରକାଶିତ କରାଯାଇଥିଲା ।

ଉକ୍ତ ଅଧିସୂଚନା ଜାରି ପରେ ଭୂଅର୍ଜନ ଆଇନ ଅନୁଯାୟୀ ଏକ ସର୍ବେକ୍ଷଣ ସମ୍ପୃକ୍ତ ପ୍ରଭାବିତ ଅଞ୍ଜଳରୁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ତତ୍ତ୍ୱାବଧାନରେ, ମଣ୍ଡଳ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ଘରକୁ ଘର ଏବଂ ଜମିକୁ ଜମି ବୁଲି ପ୍ରଭାବିତ ହେଉଥିବା ବୃକ୍ଷାଦି, ଗୃହ, ପୁଷ୍କରିଣୀ ଇତ୍ୟାଦିର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିଥିଲେ ଏବଂ ଏହାପରେ ଗତ ମେ ୩/୪ ରେ ହୋଇଥିବା ଜନ ଶୁଣାଣିରେ ଆସିଥିବା ପ୍ରସ୍ତାବ, ଏକ୍ସପଟ୍ କମିଟିର ରିପୋର୍ଟ, ଏସ୍‌.ଆଇ.ଏ. ରିପୋର୍ଟ ବର୍ତ୍ତମାନର ସର୍ବେକ୍ଷଣ ରିର୍ପୋକୁ ଭିତ୍ତିକରି ଏକ ଚିଠା ପୁନଃର୍ବାସ ଓ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଇ ଉପଜିଲ୍ଲାପାଳ ତଥା ପ୍ରଶାସକ, ପୁନଃର୍ବାସ ଓ ଥଇଥାନ ଙ୍କ ଦ୍ୱାରା ଏହାକୁ ବ୍ୟାପକତାକୁ ପ୍ରକାଶ କରାଯାଇଥିଲା । ଏଥିରେ ବର୍ଣ୍ଣିତ ଥିବା ବିଷୟ ଗୁଡ଼ିକ ଉପରେ କ୍ଷତିଗ୍ରସ୍ତ ପ୍ରଜାଙ୍କର ଆପତ୍ତି ଓ ଅଭିଯୋଗ ପାଇଁ ଏକ ଜନ ଶୁଣାଣି ଶିବିର ସ୍ଥାନୀୟ କୃଷ୍ଣ ପ୍ରସାଦ ନାଥ ଆଶ୍ରୟ ସ୍ଥଳରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ମନୋଜ କୁମାର ପାତ୍ର, କାର୍ତ୍ତିକ ନାଥ ମଣ୍ଡଳ, ସ୍ୱତନ୍ତ୍ର, ଭୂ.ଅ.ଅ. ଭଦ୍ରକ ଡିଭିଜନାଲ ହେଡ଼ ଡ଼ି.ସି.ଓ. ଯାଜପୁର ଅଜୟ ସାହୁ, ଅତିରିକ୍ତ ତହସିଲଦାର ଚାନ୍ଦବାଲି ଠାକୁର ଦାସ ନାଏକ, ଜିଲ୍ଲା ପରିଷଦ ଭଦ୍ରକ ବଳଭଦ୍ର ଲେଙ୍କା, ସରପଞ୍ଚ କୋଇଥଖୋଲା ପ୍ରତିନିଧି ଶ୍ରୀ ଟୁଟୁ ସାମଲ, ଦୀପା କର୍ମକର୍ତ୍ତା, କାର୍ଯ୍ୟାଳୟ କର୍ମଚାରୀ, ସ୍ଥାନୀୟ ଜନ ପ୍ରତିନିଧି ଦିଗମ୍ବର ଦାସ, ବନବିହାରୀ ମାଇତି, ସେକ୍ ଅବଦୁଲ୍‌, ରବିନାରାୟଣ ବେହେରା, ବାବୁଲା ମହାନ୍ତି ଏବଂ ପାଖାପାଖି ୨୦୦ କ୍ଷତିଗ୍ରସ୍ତ ଚାଷୀ ଜନଶୁଣାଣୀ ଶିବିରରେ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ ପାଇ ସମସ୍ତେ ସହମତି ପ୍ରକାଶ କରିଥିଲେ ଏବଂ ଚିଠା ଯୋଜନା ସଠିକ୍ ଅଛିବୋଲି ପ୍ରକାଶ କରିଥିଲେ । କିଛି ସରପଞ୍ଚଙ୍କ ପ୍ରତିନିଧି ପଞ୍ଚାୟତର ବିଭିନ୍ନ ରାସ୍ତା, ପାନୀୟଜଳ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ । ଯାହାକୁ ପ୍ରକଳ୍ପ କାର୍ଯ୍ୟକାରୀହେଲେ ପଞ୍ଚାୟତ ସହିତ ଆଖପାଖ ଅଂଚଳର ବହୁବିଧ ଉନ୍ନତି ସାଧିତ ହେବବୋଲି ଉପଜିଲ୍ଲାପାଳ ମତ ରଖିଥିଲେ । ଶେଷରେ ବନବିହାରୀ ମାଇତିଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ଜନ ଶୁଣାଣି କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା ।