Odiapua.com

ଶିଳ୍ପୀଶ୍ରୀ ଅନୁଷ୍ଠାନର ବାର୍ଷିକ ବନ ମହୋତ୍ସବ ଓ ସାଂସ୍କୃତିକ ବିଚିତ୍ରା

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୦ ଘଟିକା ସମୟରେ ଶିଳ୍ପୀଶ୍ରୀ ନୃତ୍ୟ ସଂଗୀତ ଓ ଚିତ୍ରକଳା ବିଦ୍ୟାଳୟ, ରାନ୍ଦିଆର ବାର୍ଷିକ ବନମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପଂଚାୟତ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଧ୍ୟକ୍ଷ ମୋହିନୀମୋହନ ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବେଦାନ୍ତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ ଓ ଛାତ୍ରମାନଙ୍କ ଦ୍ୱାରା ବେଦମନ୍ତ୍ର ପାଠ କରାଯାଇଥିଲା । ଅନୁଷ୍ଠାନର ସଭାପତି କ୍ଷୀରୋଦ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଅଧ୍ୟାପିକା ରୀତା ମହାନ୍ତି ଆନୁଷ୍ଠାନିକ ଅନୁଭୂତି ବର୍ଶନା କରିଥିଲେ । ନୃତ୍ୟ ଗୁରୁମା ଦେବଦୀପ୍ତି ହୋତାଙ୍କ ନିର୍ଦ୍ଦେଶନାରେ ଶିଶୁକଳାକାରମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । କୁନି କୁନି ପ୍ରତିଭାଙ୍କ ଦ୍ୱାରା କଣ୍ଠସଂଗୀତ ବହୁ ଉଚ୍ଚପ୍ରଶଂସିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ତୁଳୀ ସ୍ପର୍ଶରେ ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ନୃତ୍ୟ ସଂଗୀତ କାର୍ଯ୍ୟକ୍ରମକୁ ସନ୍ଧ୍ୟାରାଣୀ ମହାପାତ୍ର, ରାମଚନ୍ଦ୍ର ଜେନା, ନିର୍ମଳା ବେହେରା ଓ କାହ୍ନୁପ୍ରିୟା ବିଶ୍ୱାଳ ପରିଚାଳନା କରିଥିଲେ । ଚିତ୍ରକଳା ପ୍ରଦର୍ଶନୀଟି କୁମାରୀ ଝରଣାରାଣୀ ଜେନା, ବିଜୟୀଲକ୍ଷ୍ମୀ, ପ୍ରିୟଦର୍ଶିନୀ, ଅବିନାଶ, ଅଭିଜିତ୍ ଓ ଓମ୍ ପ୍ରକାଶଙ୍କ ସହଯୋଗରେ ଆଡ଼ମ୍ବରପୂର୍ଣ ହୋଇଥିଲା । ଅବିଭାବକ, ଅଭିଭାବିକାମାନେ ନିଜସ୍ୱ ମତ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସରୋଜ କୁମାର ଶଂଖୁଆ, ଉଦୟନାଥ ବିଶ୍ୱାଳ, ତପୋଧନ ସାହୁ ଓ ସୌମ୍ୟରଂଜନ ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ଶ୍ରୀ ଗୌରାଙ୍ଗ ବାରିକ ଉପସ୍ଥିତ ଅତିଥ୍‌, ଅବିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାସାଂଗ ହୋଇଥିଲା । ବଣଭୋଜିରେ ଆପ୍ୟାୟିତ ହୋଇ ପିଲାମାନେ ନିଜ ନିଜ ଗୃହକୁ ବାହୁଡ଼ି ଯାଇଥିଲେ ।