Odiapua.com

ଶିବାନନ୍ଦ ଆଶ୍ରମରେ ଯୋଗ ଓ ବକ୍ତୃତା ପ୍ରତିଯୋଗୀତା

କେନ୍ଦ୍ରାପଡା, ୧୯ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ୨ଦିନ ବ୍ୟାପି ବକ୍ତୃତା ଓ ଯୋଗ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏତଦବ୍ୟତିତ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି, ବେଦମନ୍ତ୍ର ପାଠ, କୁଇଜ, ସନାତନ ଧର୍ମ ସ୍ୱାମୀ ଶିବାନନ୍ଦ ଏବଂ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗୀତାରେ ୯ଟି ବ୍ଲକର ପିଲାମାନେ ଅଂଶଗ୍ରହଣ କରିଥିଲେ। ଏହିସବୁ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ସମସ୍ତ ଅଂଶଗ୍ରହଣକାରୀ ପିଲାମାନଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷାତର ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବାନନ୍ଦ ବିଦ୍ୟାମନ୍ଦିର ଏକ ମଣିଷ ତିଆରି କାରାଖାନା। ଏଠାରେ ପିଲାମାନଙ୍କୁ ଯୋଗାଭ୍ୟାସ ଶିକ୍ଷା ପ୍ରଦାନ ପୂର୍ବକ ଦେଶର ଭବିଷ୍ୟତ ଗଠନ କରିବାରେ ଏହି ଶିକ୍ଷାନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଥରଲେ ଯେ ସମାଜର ନୂତନ ଆଲୋକର ଆଭା ଏହି ପିଲାମାନଙ୍କୁ ଉଦଭାଷିତ କରୁଥିବା ବେଳେ ଦେଶର ଭବିଷ୍ୟତ ରକ୍ଷା ନିମନ୍ତେ ପିଲାମାନଙ୍କ ଅନ୍ତରାତ୍ମାରେ ସଂସ୍କାର ଆଣିବା ନିତ୍ୟାନ୍ତ ଜରୁରୀ ହୋଇ ପଡିଛି ବୋଲି କହିଥିଲେ। ଶେଷରେ ନୃସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।