Odiapua.com

ଶିବାଜୀ ମହରାଜଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ଖଡିଆଳ/ନୂଆପଡା – ୧୫.୦୬ (ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ଠାରେ ରାଷ୍ଠ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ମିଳିତ ଆନୁକୁଲ୍ୟରେ ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ହିନ୍ଦୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଶତାଧିକ ରାଷ୍ଠ୍ରୀୟ ସ୍ୱୟଂସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦ ଓ ବଜଜଙ୍ଗଦଳ କର୍ମିମାନେ ଖଡିଆଳ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ବାହାରିବା ସହିତ ଶିବାଜୀଙ୍କ ପ୍ରତିମୂର୍ତ୍ତି ଧରି ସହର ପରିକ୍ରମା କରି ଅଗ୍ରସେନ ଭବନ ଠାରେ ବୌଦ୍ଧିକ କାର୍ଯ୍ୟକ୍ରମ କଲାପରେ ସମାପନ କରିଥିଲେ। ସୂଚନା ଥାଉକି ଉକ୍ତ ଦିନ ହିନ୍ଦୁ ହୃଦୟ ସମ୍ରାଟ ଶିବାଜୀ ମହାରାଜଙ୍କର ରାଜ୍ୟାଭିଷେକ ହୋଇଥିଲା। ଭାରତ ବର୍ଷ ଚରମ ଦୁର୍ଦଶା ଓ ଦୁର୍ଦ୍ଦିନରେ ଅସହାୟ, ଶୋସିତ, ପୀଡ଼ିତ ଅସଙ୍ଗଠିତ ହିନ୍ଦୁ ସମାଜକୁ ସଂଙ୍ଗଠିତ କରି ସମାଜରେ ନୂତନ ପ୍ରାଣ ସଂଚାର କରି ଅନ୍ତରାଷ୍ଟ୍ରୀୟ ଶକ୍ତି ବିରୋଧରେ ବିରତ୍ୱର ସହିତ ଲଢି ଶିବାଜୀ ସମ୍ରାଜ ନୁହେଁ ମରାଠ ସମ୍ରାଜ ନୁହେଁ, ବଂର ହିନ୍ଦୁ ସମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଅର୍ଥାତ ହିନ୍ଦୁ ଧର୍ମ ସଂସ୍କୃତିର ରକ୍ଷକ ଭାବେ ସ୍ୱରାଜ୍ୟ ପ୍ରତିଷ୍ଠା କରିଥିଲେ। ସେହି ଦିନ ଆମ ସମସ୍ତ ହିନ୍ଦୁ ସମାଜ ପାଇଁ ଗୌରବର ଦିବସ ହୋଇଥିବାରୁ ହିନ୍ଦୁ ସମାଜ ପାଳନ କରି ଆସୁଛନ୍ତି। କାର୍ଯ୍ୟକ୍ରମରେ ରାଷ୍ଠ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ଚାଳକ ପୁସ୍ତମ ସୁନାନୀଙ୍କ ସମେତ ଶତାଧିକ ରାଷ୍ଠ୍ରୀୟ ସ୍ୱୟଂସେବକ ସଂଘ କର୍ମି, ବିଜେପି ନୂଆପଡା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଂଜୟ ତିୱାରୀ ସମେତ ଭଗତ ସିଂ ମୋର୍ଚ୍ଚାର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ।