Odiapua.com

ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ: ଭାରତକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି କରିବାରେ ମହାରାଷ୍ଟ୍ରର ସହଯୋଗ ଉପରେ ଆଲୋଚନା -ଧର୍ମେନ୍ଦ୍ର ପ୍ରଧାନ

– ମହାରାଷ୍ଟ୍ରର ବିକାଶ ପାଇଁ ଠାରେଙ୍କ ସହ ବିଭିନ୍ନ ଗୁରୁତ୍ବପୁର୍ଣ୍ଣ ଦିଗ ଉପରେ ଆଲୋଚନା
ନୂଆଦିଲ୍ଲୀ/ଭୁବନେଶ୍ବର, ୩୦ ଜୁନ୍ (ଓଡ଼ିଆ ପୁଅ) ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ ଭେଟିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି। ଏହି ଆଲୋଚନା ସମୟରେ ମହାରାଷ୍ଟ୍ରର ବିକାଶ ପାଇଁ ଠାକ୍ରେଙ୍କ ସହ ବିଭିନ୍ନ ଗୁରୁତ୍ବପୁର୍ଣ ଦିଗ ଉପରେ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ।

କେନ୍ଦ୍ର ସରକାରଙ୍କ ସହ ହାତ ମିଶାଇ କିଭଳି ମହାରାଷ୍ଟ୍ରର ବିକାଶ କାର୍ଯ୍ୟକୁ ଅଧୁକ ତ୍ବରାନ୍ବିତ କରାଯିବ ସେନେଇ ଆଲୋଚନା ହୋଇଥିବା କଥା ଶ୍ରୀ ପ୍ରଧାନ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷକୁ ପୁରଣ କରିବାରେ ମହାରାଷ୍ଟ୍ର କିଭଳି ସହଯୋଗ କରିବ ଏହା ଉପରେ ବିଶେଷ ଫୋକସ ରହିଲା। ଏହାସହ ଭାରତର ଅର୍ଥନୈତିକ ଉନ୍ନତି ପାଇଁ ମଧ୍ୟ ଆଲୋଚନା କରାଯାଇଛି। ଭାରତକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ରହିବା କଥା ଶ୍ରୀ ପ୍ରଧାନ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।